ବିଜେପିର କନ୍ଧମାଳ ଲୋକସଭା ପାଇଁ ସୁକାନ୍ତ ପାଣିଗ୍ରାହୀ, ବିଧାନସଭା ପାଇଁ ଉମା ଚରଣ ମଲ୍ଲିକଙ୍କ ନାମାଙ୍କନ ପତ୍ର ଦାଖଲ

add-all

ଫୁଲବାଣୀ : ଚଳିତ ସାଧାରଣ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଆଜି କନ୍ଧମାଳ ଲୋକସଭା ପାଇଁ ସୁକାନ୍ତ ପାଣିଗ୍ରାହୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଫୁଲବାଣୀ ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଉମା ଚରଣ ମଲ୍ଲିକ l ଆଜି ଥିଲା ନାମାଙ୍କନ ପତ୍ର ଦାଖଲର ପଞ୍ଚମ ଦିବସ l ବିଜେପି ପକ୍ଷରୁ କନ୍ଧମାଳ ଲୋକସଭା ପ୍ରାର୍ଥୀ ସୁକାନ୍ତ କୁମାର ପାଣିଗ୍ରାହୀ ତାଙ୍କର ହଜାର ହଜାର ସମର୍ଥକ ମାନଙ୍କ ସହ ମୋଦିଜୀଙ୍କ ବିକାଶ ନାରାବାଜି ଦେଇ କନ୍ଧମାଳ ଜିଲ୍ଲାପାଳଙ୍କ ସଦ୍‌ଭାବନା ଗୃହରେ ଜିଲ୍ଲାପାଳ ଆଶିଷ୍ ଇଶ୍ଵର ପାଟିଲଙ୍କ ଉପସ୍ଥିତରେ ନାମାଙ୍କନ ପତ୍ର ଦାଖଲ କରିଥିଲେ l ସେହିପରି
ଫୁଲବାଣୀ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଆଜି ବିଜେପିର ଫୁଲବାଣୀ ବିଧାନସଭା ପାର୍ଥି ନିମନ୍ତେ ଉମା ଚରଣ ମଲ୍ଲିକ l ତାଙ୍କର ହଜାର ହଜାର ସମର୍ଥକଙ୍କ ସହ ବାଜା ବାଜଣା ଓ ଶୋଭାଯାତ୍ରାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ବି ଏସ ପି ଦଳ ପକ୍ଷରୁ ଦୀପାଞ୍ଜଳି କହଁର ମଧ୍ଯ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି lତେବେ ଆଜିର ପଞ୍ଚମ ଦିବସ ପ୍ରାର୍ଥୀପତ୍ର ଦାଖଲ ପକ୍ରିୟା ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିବା ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଚିତ୍ତରଂଜନ ମହାନ୍ତ ସୂଚନା ଦେଇଛନ୍ତି l

ad-week
Leave A Reply

Your email address will not be published.