କନ୍ଧମାଳ ଡିସିସି ପକ୍ଷରୁ ଲୋକସଭା ପାର୍ଥି ଅମିର ଚାନ୍ଦ ନାୟକ ଓ ବିଧାନସଭା ପାର୍ଥି ପାଇଁ ପ୍ରତିଭା କହଁରଙ୍କ ନାମାଙ୍କନ ପତ୍ର ଦାଖଲ…

add-all


ଫୁଲବାଣୀ : ଆଜି ନାମାଙ୍କନ ପତ୍ର ଦାଖଲର ଷଷ୍ଠ ଦିବସ l ୨୦୨୪ ସାଧାରଣ ନିର୍ବାଚନ ପାଇଁ କନ୍ଧମାଳ ଡିସିସି ପକ୍ଷରୁ ଲୋକସଭା ପାର୍ଥି ନିମନ୍ତେ ଅମିର ଚାନ୍ଦ ନାୟକ ଓ ଫୁଲବାଣୀ ବିଧାନସଭା ପାର୍ଥି ପାଇଁ ପ୍ରତିଭା କହଁର ନାମାଙ୍କନ ପତ୍ର ଦାଖଲ କରିଥିଲେ l ସ୍ଥାନୀୟ ଫୁଲବାଣୀ ସାହି ସ୍ଥିତ ବରାଳ ଦେବୀ ମନ୍ଦିର ପରିସରରୁ କନ୍ଧମାଳ ଡି ସି ସି ପକ୍ଷରୁ ବିରାଟ ଶୋଭାଯାତ୍ରାରେ ବାଣ ଫୁଟାଇ ନାରାବାଜି ଦେଇ ହଜାର ହଜାର ସଂଖ୍ୟାରେ ତାଙ୍କର ସମର୍ଥକ ସହ ଫୁଲବାଣୀ ଜିଲ୍ଲପାଳଙ୍କ ସଦ୍ଭାବନା ସଭାଗୃହରେ କଂଗ୍ରେସ ଲୋକସଭା ପାର୍ଥି ଅମିର ଚାନ୍ଦ ନାୟକ ତାଙ୍କର ପ୍ରସ୍ତାବକ ସମର୍ଥକ ଙ୍କ ସହ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ l ସେହିପରି ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପକ୍ଷରୁ ପ୍ରତିଭା କହଁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ତାଙ୍କର ପ୍ରସ୍ତାବକ ଓ ସମର୍ଥକଙ୍କ ସହ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ହଜାର ହଜାର ସଂଖ୍ୟାରେ ଜନ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା l ଆଜିର ଷଷ୍ଠ ଦିବସରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିବା ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀ ଚିତ୍ତ ରଞ୍ଜନ ମହାନ୍ତ ସୂଚନା ଦେଇଛନ୍ତି l

ad-week
Leave A Reply

Your email address will not be published.