ବାର୍‌ ଆସୋସିଏସନ୍‌ରେ ଏକ ତୃତୀୟାଂଶ ମହିଳା ସଂରକ୍ଷଣ ଲାଗୁ କରିବାକୁ ଦେଲେ ନିର୍ଦ୍ଦେଶ

add-all

ନୂଆଦିଲ୍ଲୀ : ମହିଳା ସଶକ୍ତିକରଣ ଦିଗରେ ସୁପ୍ରିମକୋର୍ଟଙ୍କ ବଡ଼ ପଦକ୍ଷେପ। ବାର୍‌ ଆସୋସିଏସନ୍‌ରେ ଏକ ତୃତୀୟାଂଶ ମହିଳା ସଂରକ୍ଷଣ ଲାଗୁ କରିବାକୁ ଦେଲେ ନିର୍ଦ୍ଦେଶ। ମେ’ ୧୬ ରେ ହେବାକୁ ଥିବା ସୁପ୍ରିମକୋର୍ଟର ବାର୍‌ ଆସୋସିଏସନ୍ ନିର୍ବାଚନର ଠିକ୍ ପୂର୍ବରୁ ସର୍ବୋଚ୍ଚ ଅଦାଲତଙ୍କ ଏହି ରାୟ ଆସିଛି।
ସୁପ୍ରିମକୋର୍ଟର ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ କେବି ବିଶ୍ୱନାଥନଙ୍କ ଖଣ୍ଡପୀଠ ବିଡି କୌଶିକଙ୍କ ମାମଲାରେ ଦିଆଯାଇଥିବା ପୁରୁଣା ରାୟକୁ ସ୍ପଷ୍ଟ କରିବାକୁ ଯାଇ ଏହି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ସୁପ୍ରିମକୋର୍ଟ ବାର୍‌ ଆସୋସିଏସ୍‌ନର କୋଷାଧ୍ୟକ୍ଷ ପଦକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯିବ।
ବର୍ତ୍ତମାନ SCBA ଅଧିକାରୀଙ୍କ ମଧ୍ୟରେ ପଦାଧିକାରୀ ଅଧ୍ୟକ୍ଷ, ସଚିବ ଏବଂ କୋଷାଧ୍ୟକ୍ଷ ପଦ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିବ। ସୁପ୍ରିମକୋର୍ଟ ବାର ଆସୋସିଏସନରେ ସିନିୟର ଆଡଭୋକେଟଙ୍କ ପାଇଁ ତିଆରି ସିନିୟର ଏଗ୍‌ଜିକ୍ୟୁଟିଭର ୬ ଜଣ ସଦସ୍ୟଙ୍କ ମଧ୍ୟରୁ ଦୁଇ ଜଣ ଏବଂ ଜେନେରାଲ୍ ଏଗ୍‌ଜିକ୍ୟୁଟିଭ୍‌ର ନଅ ଜଣଙ୍କ ମଧ୍ୟରୁ ତିନିଜଣ ମହିଳାଙ୍କ ପାଇଁ ସଂରକ୍ଷିତ ରହିବେ।
ଆସନ୍ତା ମେ’ ୧୬ ତାରିଖରେ ହେବାକୁ ଥିବା ସୁପ୍ରିମକୋର୍ଟ ବାର୍‌ ଆସୋସିଏସନ୍‌ ନିର୍ବାଚନରେ ପ୍ରଥମ ଥର ପାଇଁ ଏହି ନିର୍ଦ୍ଦେଶର ପାଳନ କରାଯିବ। ମେ’ ୧୮ ତାରିଖରେ ଏହି ନିର୍ବାଚନର ଫଳାଫଳ ଘୋଷଣା ହେବ।

ad-week
Leave A Reply

Your email address will not be published.