୬ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି; ନାହିଁ ଦେବାଶିଷଙ୍କ ନାଁ

add-all

ଭୁବନେଶ୍ବର : ଆଉ ୬ଟି ବିଧାନସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି ବିଜେପି। ଘସିପୁରାରୁ ଦଳ ଶମ୍ଭୁନାଥ ରାଉତଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ଭୋଗରାଇରୁ ଆଶିଷ ପାତ୍ର, ଭଣ୍ଡାରୀପୋଖରୀରୁ ସୁଧାଂଶୁ ନାୟକ, ବରୀରୁ ଉମେଶ ଜେନା, ବାରବାଟୀ କଟକରୁ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ବେଗୁନିଆରୁ ପ୍ରକାଶ ରଣବିଜୁଳିଙ୍କୁ ଟିକେଟ ଦେଇଛି।

ଘସିପୁରରାରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେପି ପ୍ରାର୍ଥୀ କରିବ ବୋଲି କିଛି ଦିନ ହେବ ଚର୍ଚ୍ଚା ହେଉଥିଲା। ତେବେ ସେମିତି କିଛି ହୋଇନାହିଁ। ସେହିଭଳି ବିଜେଡି ଛାଡ଼ି ବିଜେପିରେ ମିଶିଥିବା ଦେବାଶିଷ ନାୟକଙ୍କୁ ବରୀରୁ ଟିକେଟ ଦେଇନି ଦଳ। ଦେବାଶିଷ ସେଠାରୁ ବିଜେଡି ଟିକେଟରେ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୦, ୨୦୦୪,୨୦୦୯ ଓ ୨୦୧୪ରେ ସେ ବରୀରୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ଦଳ ତାଙ୍କୁ ଟିକେଟ ଦେଇ ନଥିଲା।

ad-week
Leave A Reply

Your email address will not be published.