ଉପକୂଳରେ କମିଲା ତାତି, ପଶ୍ଚିମ ଓଡ଼ିଶାରେ ଅସହ୍ୟ

add-all

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ପଶ୍ଚିମ ଓଡ଼ିଶାରେ ତାତି ଅସହ୍ୟ ହୋଇଛି। କିନ୍ତୁ ଉପକୂଳ ଓଡ଼ିଶାରେ ତାତି ହ୍ରାସ ପାଇଛି। ୪୫ଡ଼ିଗ୍ରି ସହ ବଲାଙ୍ଗୀର ରାଜ୍ୟର ଉତ୍ତପ୍ତ ସହର ହୋଇଛି। ରାଜ୍ୟର ୨୯ସହରରେ ଆଜି ୪୦ଡ଼ିଗ୍ରି କିମ୍ବା ଅଧିକ ଦିନ ତାପମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ବର ଓ କଟକରେ ମଧ୍ୟ ତାପମାତ୍ରା ହ୍ରାସ ପାଇଛି। ରାଜ୍ୟରେ ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୩ ରୁ ୪ ଡ଼ିଗ୍ରି ଯାଏଁ ହ୍ରାସ ଘଟିବ ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଗାମୀ ୨ଦିନ ପରେ ଉପକୂଳରେ ହିଟ-ୱେବରେ ବ୍ରେକ ଲାଗିପାରେ। ଆସନ୍ତା ୬ ତାରିଖ ପରେ ରାଜ୍ୟରୁ ଗ୍ରୀଷ୍ମ ପ୍ରବାହରେ ବ୍ରେକ ଲାଗିବା ସମ୍ଭାବନା ରହିଛି।

ad-week
Leave A Reply

Your email address will not be published.