ସାଇବର୍‌ ଠକେଇରୁ କେମିତି ମୁକ୍ତି ପାଇବେ ସେ ନେଇ ସୂଚନା ଦେଲେ କମିସନରେଟ୍‌ ପୁଲିସ

add-all

ଭୁବନେଶ୍ବର:ଆପଣଙ୍କ ପାଖକୁ ଆସୁଛିକି ସ୍ପାମ କଲ ? ବିଭିନ୍ନ ପ୍ରଲୋଭନ ଦେଖାଇ ଆପଣଙ୍କୁ ଠକିବା ପାଇଁ ସାଇବର ଅପରାଧୀ ଫୋନ୍‌ କରୁଛନ୍ତି କି? ସାଇବର ଅପରାଧୀ ଯଦି ଆପଣଙ୍କୁ ଠକି ଟଙ୍କା ନେଇ ଯାଇଛନ୍ତି ତେବେ ଏହି ସମୟରେ ଆପଣ କ’ଣ କରିବା ଉଚିତ୍‌। ସାଇବର ଥାନାରେ ମାମଲା ରୁଜୁ କରିବା ପର୍ଯ୍ୟନ୍ତ ଅପେକ୍ଷା କରିବେ ନା ତାହା ପୂର୍ବରୁ କୌଣସି ବାଟ ରହିଛି। ଏଭଳି କୌଣସି ଘଟଣା ଘଟିଲେ ଘରେ ବସିକି ନେଇ ପାରିବେ ପଦକ୍ଷେପ। ରୁଜୁ କରି ପାରିବେ ଅଭିଯୋଗ। ସାଇବର୍‌ ଠକେଇରୁ କେମିତି ମୁକ୍ତି ପାଇବେ ସେ ନେଇ ସୂଚନା ଦେଛନ୍ତି କମିସନରେଟ୍‌ ପୁଲିସ।
ପୁଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ଯଦି ସାଇବର ଅପରାଧୀ ଆପଣଙ୍କ ଟଙ୍କା ଠକି ନେଇଛି ତେବେ ଠକେଇ ହେବାର ଏକ ଘଣ୍ଟା ମଧ୍ୟରେ କମିଶନରେଟ୍‌ ପୁଲିସର ସାଇବର ହେଲ୍ପଲାଇନ ‘୧୯୩୦’ କୁ ତୁରନ୍ତ କଲ କରନ୍ତୁ। ଫଳରେ ଆପଣଙ୍କ ଟଙ୍କା କଟିବା ପୂର୍ବରୁ ରୋକାଯାଇପାରିବ। ସେହିଭଳି କୌଣସି ଠକେଇ ନମ୍ବରକୁ ବ୍ଲକ କରିବା ପାଇଁ ଆପଣ ‘SACHARSARATHI.GOV.IN’ ରେ ଅଭିଯୋଗ କରିପାରିବେ। ଏସବୁ ଅଭିଯୋକ ଥାନାକୁ ନଯାଇ କରିହେବ।
ନିର୍ବାଚନ ସମୟରେ AI ଓ ଡିପ ଫେକ ଭିଡିଓରୁ ରାଜନେତା କେମିତି ମୁକ୍ତି ପାଇବେ। ସେ ନେଇ ଟିପ୍ସ ଦେଇଛି କମିସନରେଟ ପୁଲିସ। ଗୋଲଡେନ ଆୱାର ଅର୍ଥତ୍‌ ଏକ ଠକାମି ହେବାର ଏକ ଘଣ୍ଟା ଭିତରେ ତୁରନ୍ତ ‘ଚକ୍ଷୁ ଆପ’ ଜରିଆରେ ଅନଲାଇନରେ କେସ୍ ଦେବାକୁ କୁହାଯାଇଛି। ଏଥିପାଇଁ ସାଇବର ଏକ୍ସପର୍ଟ, NGO, ଓ HER ଟିମ ସହ କମିଶନରେଟ ପୁଲିସର ବୈଠକ ହୋଇଥିଲା। ସର୍ଭେ ରିପୋର୍ଟ ଅନୁଯାୟୀ, ୨୦୨୨ ତୁଳନାରେ ୨୦୨୩ରେ ୨୪ ପ୍ରତିଶତ ସାଇବର କ୍ରାଇମ ବଢିଛି।

ad-week
Leave A Reply

Your email address will not be published.