ଖଲିକୋଟ ବିଧାନସଭା ଆସନ ନିମନ୍ତେ ବିଜେଡି ପ୍ରାର୍ଥୀନୀ ସୂର୍ଯ୍ୟମଣି ବୈଦ୍ୟ ଙ୍କ ନାମାଙ୍କନ ପତ୍ର ଦାଖଲ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଖଲିକୋଟ ବିଧାନସଭା ଆସନ ନିମନ୍ତେ ବିଜୁ ଜନତା ଦଳର ବିଧାୟିକା ପ୍ରାର୍ଥୀନୀ ସୂର୍ଯ୍ୟ ମଣି ବୈଦ୍ୟ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ହଜାର ହଜାର ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରା ରେ ଛତ୍ରପୁର ଉପ -ଜିଲ୍ଲାପାଳଙ୍କ ଅଫିସ ନିକଟରେ ପହଞ୍ଚିଥିଲେ, ପରେ ନିର୍ବାଚନ ଅଧିକାରୀ ତଥା ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତ ଙ୍କ ନିକଟରେସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ଏହି ଅବସର ରେ ନବୀନ ପଟ୍ଟନାୟକ ଜିନ୍ଦାବାଦ…. ବିଜେଡି ଜିନ୍ଦାବାଦ ନାରାବାଜି ରେ କମ୍ପି ଉଠିଥିଲା ସଦର ମହକୁମା

ad-week
Leave A Reply

Your email address will not be published.