ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି

add-all

କେନ୍ଦ୍ରାପଡା: ଲାଞ୍ଚ ନେବା ପଡିଲା ମହଙ୍ଗା। ଭିଜିଲାନ୍ସ ଜାଲରେ ପଡିଲେ ବରିଷ୍ଠ କିରାଣି। ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି ୧୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ଦ୍ଵାରା ଗିରଫ ହୋଇଛନ୍ତି। ଜମିଜମା ମାମଲାର ସମାଧାନ ଲାଗି ଲାଞ୍ଚ ନେବା ବେଳେ ଧରାପଡ଼ିଥିବା ଜଣାପଡିଛି।

ସୂଚନାଯୋଗ୍ୟ, କେନ୍ଦ୍ରାପଡା ବ୍ଲକ ଶ୍ୟାମସୁନ୍ଦରପୁରର ଜଣେ ବ୍ୟକ୍ତି ତାଙ୍କ ଜମିଜମା ସମ୍ପର୍କିତ ମାମଲାର ରଫାଦଫା କରିବା ପାଇଁ ଲାଞ୍ଚ ମାଗିଥିଲେ ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି । ଅଭିଯୋଗକାରୀ କୌଣସି ଉପାୟ ନପାଇ ଟୋଲଫ୍ରି ନମ୍ବରରେ ଅଭିଯୋଗ କରିଥିଲେ। ଅଭିଯୋଗପରେ ଯୋଜନା ମୁତାବକ ଭିଜିଲାନ୍ସ ଟିମ ବରିଷ୍ଠ କିରାଣିଙ୍କୁ ଲାଞ୍ଚ ନେଲାବେଳେ କାବୁ କରିଥିଲେ।

୨୦ଟି ୫୦୦ ଟଙ୍କିଆ ନୋଟକୁ ଭିଜିଲାନ୍ସ ବିଭାଗ ଜିତେନ୍ଦ୍ରଙ୍କଠାରୁ ଜବତ କରିବା ସହ ଜିତେନ୍ଦ୍ରଙ୍କୁ ଭିଜିଲାନ୍ସ ଡିଏସପିଙ୍କ କାର୍ଯ୍ୟାଳୟକୁ ଆଣି ପଚରାଉଚରା ଆରମ୍ଭ କରିଛି। ଏଥିସହ ଜିତେନ୍ଦ୍ରଙ୍କ ଭଡ଼ାରେ ରହୁଥିବା ସଦର ଥାନା ଅନ୍ତର୍ଗତ ଠାକୁର ପାଟଣା ଗାଁରେ ଓ ପୈତୃକ ଘର ତାଳସଙ୍ଗାରେ ଭିଜିଲାନ୍ସ ବିଭାଗର ଦୁଇଟି ଟିମ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.