ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ

ଝାରସୁଗୁଡ଼ା: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପାତ୍ର । ଜଣେ ଠିକାଦାରଙ୍କଠାରୁ ବିଲ୍ ପାସ୍ କରିବା ପାଇ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ ।

ସୂଚନା ଅନୁସାରେ, ବିଲ୍ ପାସ୍ କରିବା ପାଇଁ ଜଣେ ଠିକାଦାର ଶ୍ରୀ ପାତ୍ରଙ୍କ ପାଖକୁ ଯାଇଥିଲେ । ମାତ୍ର ଶ୍ରୀ ପାତ୍ର ବିଲ୍ ପାସ କରିବା ପାଇଁ ଉକ୍ତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଭିଜିଲାନ୍ସର ଦ୍ଵାରସ୍ତ ହୋଇଥିଲେ ଉକ୍ତ ବ୍ୟକ୍ତି । ଏହାପରେ ପୂର୍ବ ଯୋଜନା ଅନୁସାରେ ଆଜି ଉକ୍ତ ବ୍ୟକ୍ତିଜଣଙ୍କ ଶ୍ରୀ ପାତ୍ରଙ୍କୁ ଉକ୍ତ ଲାଞ୍ଚ ଟଙ୍କା ଦେଉଥିବା ବେଳେ ଅଚାନକ ମାଡି ବସିଥିଲା ଭିଜିଲାନ୍ସ ଟିମ୍ । ତାଙ୍କ ଠାରୁ ଉକ୍ତ ୫୦ହଜାର ଲାଞ୍ଚ ଟଙ୍କା ଜବତ କରିବା ସହ ରାଉରକେଲା ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ରବୀନ୍ଦ୍ର ପାତ୍ରଙ୍କୁ ଅଟକ ରଖିଛି। ଏହି ଘଟଣା ପରେ ରବୀନ୍ଦ୍ର ପାତ୍ରଙ୍କ କାର୍ଯ୍ୟାଳୟ ସମେତ ୪ଟି ଭିନ୍ନ ଭିନ୍ନ ସ୍ଥାନରେ ଭିଜିଲାନ୍ସ ବିଭାଗ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ ଆରମ୍ଭ କରିଛି ।

ad-week
Leave A Reply

Your email address will not be published.