ଘସିପୁରାରୁ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବେ ସୌମ୍ୟରଂଜନ ପଟ୍ଟନାୟକ

add-all

ଭୁବନେଶ୍ବର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଚଳିତ ନିର୍ବାଚନରେ କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ। ଏହି ନିର୍ବାଚନରେ ସେ କୌଣସି ଦଳୀୟ ଟିକେଟ୍‌ରେ ନିର୍ବାଚନ ନଲଢ଼ି ସ୍ବାଧୀନ ଭାବେ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଘସିପୁରାରେ ଏକ ବିଶାଳ ଜନସଭା ପରେ ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।

ଜନସଭା ପରେ ସୌମ୍ୟ କହିଛନ୍ତି ଯେ, ଆଜିର ସମାବେଶ ଦେଖି ଲାଗୁଛି ଲୋକମାନେ ଏଥର ପରିବର୍ତ୍ତନ ଚାହୁଁଛନ୍ତି। ଘସିପୁରା ଅଞ୍ଚଳରେ ଦୀର୍ଘଦିନ ଧରି ହେଉଥିବା ଗୁଣ୍ଡାଗର୍ଦ୍ଦି, ହତ୍ୟାକାଣ୍ଡ, ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଲୋକେ ସ୍ୱର ଉଠାଇବାକୁ ଲାଗିଲେଣି। ଲୋକମାନେ ଅପରାଧୀଙ୍କ ହାତରୁ କ୍ଷମତା ଛଡ଼ାଇ କିଛି ଭଲ ଲୋକଙ୍କ ହାତରେ ଦେବାକୁ ଉତ୍କଣ୍ଠା ଆଗ୍ରହ ମୁଁ ଦେଖିପାରୁଛି। ତେଣୁ ଲୋକଙ୍କ ଚାପରେ ମୁଁ ଘସିପୁରାରୁ ନିର୍ଦ୍ଦଳୀୟ ଭାବେ ନିର୍ବାଚନ ଲଢ଼ିବାକୁ ମନସ୍ଥ କରିଛି। ଆସନ୍ତା ୬ ତାରିଖ କିମ୍ବା ତା ପୂର୍ବରୁ ପ୍ରାର୍ଥିପତ୍ର ଦାଖଲ କରିବି ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.