ମୋଦିଙ୍କୁ ଜବାବ ଦେଲେ ପ୍ରିୟଙ୍କା: କହିଲେ- ଶେହନଶାହ ରାଜମହଲରେ ରହୁଛନ୍ତି

add-all

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଟି ନିର୍ବାଚନ ରାଲିରେ ରାହୁଲ ଗାନ୍ଧିଙ୍କୁ ଶେହଜାହା କହି ତୀବ୍ର ସମାଲୋଚନା କରିବାରେ ଲାଗିଛନ୍ତି। ଏ ସମ୍ପର୍କରେ ରାହୁଲ ଗାନ୍ଧି କିଛି କହୁ ନଥିବା ବେଳେ ଆଜି ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏହାର ଜବାବ ଦେଇଛନ୍ତି। ସେ ମୋଦିଙ୍କୁ ଶେହନଶାହ ବା ସମ୍ରାଟ କହିବା ସହ ରାଜମହଲରେ ରହୁଥିବା ଲୋକ କେବେ ହେଲେ ସାଧାରଣ ଲୋକଙ୍କ ପୀଡ଼ାକୁ ବୁଝି ପାରିବେ ନାହିଁ ବୋଲି କହିଛନ୍ତି।
ଗୁଜାରାଟର ବାଂଶକଣ୍ଠାରେ ଆୟୋଜିତ କଂଗ୍ରେସର ନ୍ୟାୟ ସଂକଳ୍ପ ସଭାରେ ପ୍ରିୟଙ୍କା କହିଛନ୍ତି, “ସେ(ପ୍ରଧାନମନ୍ତ୍ରୀ ମୋଦି) ମୋ ଭାଇଙ୍କୁ ଜଣେ ଶେହଜାଦା ବୋଲି କହୁଛନ୍ତି। କିନ୍ତୁ ମୁଁ ତାଙ୍କୁ କହିବାକୁ ଚାହେଁ ଯେ ସେହି ଶେହଜାଦା କନ୍ୟାକୁମାରୀ ଠାରୁ କଶ୍ମୀର ଦୀର୍ଘ ୪ ହଜାର କିମି ରାସ୍ତା ଚାଲିଛନ୍ତି।
ସେ ଲୋକଙ୍କ ସମସ୍ୟା ଶୁଣିବା ପାଇଁ ଚାଲିଥିଲେ। ସେ ଚାଷୀଙ୍କ ଠାରୁ ଆରମ୍ଭ କରି ଶ୍ରମିକମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି। ଏହାର ସମାଧାନ ପାଇଁ କ’ଣ କରାଯାଇ ପାରିବ, ସେକଥା ପଚାରିଛନ୍ତି।
ହେଲେ ଅନ୍ୟପଟେ ରହିଛନ୍ତି ଶେହନଶାହ ନରେନ୍ଦ୍ର ମୋଦି। ସେ ରାଜ ମହଲରେ ରହୁଛନ୍ତି। ଆପଣମାନେ ତାଙ୍କୁ କେବେ ଟିଭିରେ ଦେଖିଛନ୍ତି? ତାଙ୍କ ମୁହଁ ସବୁବେଳେ ଚିକ୍କଣ। ତାଙ୍କର ଦଳା କୁର୍ତ୍ତାରେ ଗୋଟିଏ ହେଲେ ଦାଗ ପାଇବେ ନାହିଁ। ତାଙ୍କ ଚୁଟି ସବୁବେଳେ ସିଧା। ସେଭଳି ଲୋକ କେମିତି ଆପଣଙ୍କ କଷ୍ଟ ଓ କାମକୁ ବୁଝିବେ? ପେଟ୍ରୋଲ ଓ ଡିଜେଲ କେତେ ମହଙ୍ଗା ହେଲାଣି କିମ୍ବା ଚାଷ କାମ କରିବା କେତେ କଷ୍ଟ ହେଲାଣି, ସେ କେମିତି ବୁଝିବେ?
ପ୍ରତିଟି ଜିନିଷରେ ଜିଏସ୍‌ଟି ଲାଗୁ କରାଯାଇଛି। ଏବେ ସବୁ କିଛି ମହଙ୍ଗା ହୋଇଗଲାଣି। ଏସବୁ କିଛି ବି ମୋଦିଜୀ ବୁଝିପାରିବେ ନାହିଁ। ସେ ତାଙ୍କ ରାଜ ମହଲରେ ରହୁଛନ୍ତି।
ତାଙ୍କ ଚାରିପାଖରେ କ୍ଷମତା କେନ୍ଦ୍ର ରହିଛି। ସମସ୍ତେ ତାଙ୍କୁ ଡରୁଛନ୍ତି। କେହି ବି ତାଙ୍କୁ କିଛି କହୁ ନାହାନ୍ତି। ଯଦି କେହି ସ୍ୱର ଉଠାଉଛି, ତା’ହେଲେ ତାଙ୍କୁ ଚୁପ କରିଦେବାକୁ ବ୍ୟବସ୍ଥା ହେଉଛି।”
ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଝାରଖଣ୍ଡ ରାଲିରେ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିବାର କିଛି ସମୟ ପରେ ପ୍ରିୟଙ୍କା ଏପରି କଥା କହିଛନ୍ତି। ଉକ୍ତ ରାଲିରେ ମୋଦି ସର୍ଜିକାଲ ଷ୍ଟ୍ରାଇକ କଥା ମଧ୍ୟ ଉଠାଇଥିଲେ।

ad-week
Leave A Reply

Your email address will not be published.