୪୦ ଡିଗ୍ରୀ ଉପରେ ୨୭ ସହର; ବୌଦ୍ଧ ଓ ନୂଆପଡ଼ା ରାଜ୍ୟର ଉତ୍ତପ୍ତ

add-all

ଭୁବନେଶ୍ବର : ତାତିରେ ଲାଗୁନି ବ୍ରେକ୍‌। ଆଜି ୪୦ ଡିଗ୍ରୀ ଉପରେ ୨୭ ସହର। ବୌଦ୍ଧ ଓ ନୂଆପଡ଼ା ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ଏହି ଦୁଇ ସହରର ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ତେବେ କଟକ ଓ ଭୁବନେଶ୍ୱର ତାତି ୪୦ ଡିଗ୍ରୀ ତଳେ ରହିଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ବୌଦ୍ଧରେ ତାପମାତ୍ରା ୪୪ ଡିଗ୍ରୀ, ନୂଆପଡ଼ାରେ ୪୪ ଡିଗ୍ରୀ, ଟିଟିଲାଗଡ଼ରେ ୪୩.୮ ଡିଗ୍ରୀ, ବଲାଙ୍ଗିରରେ ୪୩.୭ ଡିଗ୍ରୀ, ଭବାନୀପାଟଣାରେ ୪୩ ଡିଗ୍ରୀ, ନୟାଗଡ଼ରେ ୪୩ ଡିଗ୍ରୀ, ଝାରସୁଗୁଡ଼ାରେ ୪୨.୭ ଡିଗ୍ରୀ, ମାଲକାନଗିରିରେ ୪୨.୬ ଡିଗ୍ରୀ, ସମ୍ୱଲପୁରରେ ୪୨.୫ ଡିଗ୍ରୀ, ତାଳଚେରରେ ୪୨.୫ ଡିଗ୍ରୀ, କେନ୍ଦୁଝରରେ ୪୨.୪ ଡିଗ୍ରୀ, ହୀରାକୁଦରେ ୪୨.୩ ଡିଗ୍ରୀ, ବାରିପଦାରେ ୪୨.୨ ଡିଗ୍ରୀ, ଅନୁଗୋଳରେ ୪୨.୧ ଡିଗ୍ରୀ, ସୁନ୍ଦରଗଡ଼ରେ ୪୨ ଡିଗ୍ରୀ, ଢେଙ୍କାନାଳରେ ୪୧.୬ ଡିଗ୍ରୀ, ଫୁଲବାଣୀରେ ୪୧.୬ ଡିଗ୍ରୀ, ସୋନପୁରରେ ୪୧.୩ ଡିଗ୍ରୀ, ରାଉରକେଲାରେ ୪୧ ଡିଗ୍ରୀ ଓ ପାରଳାଖେମୁଣ୍ଡିରେ ତାପମାତ୍ରା ୪୦.୮ ଡିଗ୍ରୀ ରେକର୍ଡ କରାଯାଇଛି।
ସେହିପରି ଯାଜପୁରରେ ୪୦.୮ ଡିଗ୍ରୀ, ରାୟଗଡ଼ାରେ ୪୦.୪ ଡିଗ୍ରୀ, ଚାନ୍ଦବାଲିରେ ୪୦.୨ ଡିଗ୍ରୀ, ନବରଙ୍ଗପୁରରେ ୪୦ ଡିଗ୍ରୀ, ଖୋର୍ଦ୍ଧାରେ ୪୦ ଡିଗ୍ରୀ, ଭୁବନେଶ୍ୱରରେ ୩୯.୭ ଡିଗ୍ରୀ, ବରଗଡ଼ରେ ୩୯.୬ ଡିଗ୍ରୀ, ଛତ୍ରପୁରରେ ୩୯.୬ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୩୯.୨ ଡିଗ୍ରୀ, ଦେବଗଡ଼ରେ ୩୯.୨ ଡିଗ୍ରୀ,କଟକରେ ୩୯ ଡିଗ୍ରୀ, କୋରାପୁଟରେ ୩୮.୨ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୮ ଡିଗ୍ରୀ, ଜଗତସିଂହପୁରରେ ୩୭.୭ ଡିଗ୍ରୀ, ବାଲେଶ୍ୱରରେ ୩୬.୯ ଡିଗ୍ରୀ, ଭଦ୍ରକରେ ୩୬ ଡିଗ୍ରୀ, ପୁରୀରେ ୩୪.୬ ଡିଗ୍ରୀ, ପାରାଦୀପରେ ୩୩.୬ ଡିଗ୍ରୀ ଓ ଗୋପାଳପୁରରେ ତାପମାତ୍ରା ୩୩.୫ ଡିଗ୍ରୀ ରେକର୍ଡ କରାଯାଇଛି।

ad-week
Leave A Reply

Your email address will not be published.