୪ ଲୋକସଭା ଆସନର ୩୭ ସାଂସଦ ପ୍ରାର୍ଥୀଙ୍କ ମଧ୍ୟରୁ ୧୭ଜଣ କୋଟିପତି

add-all

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୪ ଲୋକସଭା ଆସନ ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁରର ପାଇଁ ନାମାଙ୍କନ ଦାଖଲ କରିଥିବା ୩୭ ପ୍ରାର୍ଥୀଙ୍କ ସତ୍ୟପାଠ ଆଧାରରେ ‌କେତେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ପ୍ରଥମ ପର୍ଯ୍ୟାୟ ଭୋଟ୍ ନେଇ ଏଡିଆର୍ ଓ ଓଡ଼ିଶା ଇଲେକ୍ସନ୍ ୱାଚର ରିପୋର୍ଟ ଅନୁଯାୟୀ, ୩୭ ସାଂସଦ ପ୍ରାର୍ଥୀଙ୍କ ମଧ୍ୟରୁ ୧୭ଜଣ କୋଟିପତି। ଏମାନଙ୍କ ଭିତରୁ ବିଜେପିର କଳାହାଣ୍ଡି ଲୋକସଭା ପ୍ରାର୍ଥୀ ମାଳବିକା ଦେଓ ସବୁଠାରୁ ଧନୀ। ତାଙ୍କ ସମ୍ପତ୍ତିର ମୂଲ୍ୟ ୪୧ କୋଟି ୯୮ ଲକ୍ଷ। ସେହିପରି କମ୍ ଟଙ୍କା ଥିବା ପ୍ରାର୍ଥୀ ହେଉଛନ୍ତି ପ୍ରମିଳା ପୂଜାରୀ। କୋରାପୁଟ ଲୋକସଭା ଆସନରୁ ଏସୟୁସିଆଇର ପ୍ରାର୍ଥୀ ପ୍ରମିଳା ପୂଜାରୀ। ତାଙ୍କର ବିଭିନ୍ନ ବ୍ୟାଙ୍କ ଖାତାରେ ପ୍ରାୟ ୪୧ ହଜାର ଟଙ୍କା ରହିଛି। ନିର୍ବାଚନ ପାଇଁ ଲୋକଙ୍କ ଠାରୁ ଆଦାୟ କରାଯାଇଥିବା ଟଙ୍କାକୁ ବିଭିନ୍ନ ବ୍ୟାଙ୍କ ଖାତାରେ ରଖିଛନ୍ତି ସେ।
ଏହାଛଡ଼ା ୭ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଥିବା ବେଳେ ୬ ଜଣଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଠକେଇ ଓ ଲାଞ୍ଚ ନେବା ମାମଲା ରହିଛି। ଏଣେ ୩ ପ୍ରାର୍ଥୀ ଦଶମ ପାସ୍ କରି ନାହାନ୍ତି ଓ ଜଣେ ସ୍କୁଲ୍ ମାଡ଼ି ନଥିବା ଜଣାଯାଇଛି। ୭ ଜଣ ଦଶମ, ୫ ଜଣ ଦ୍ୱାଦଶ, ୧୦ ସ୍ନାତକ ଓ ୨ ଡକ୍ଟରେଟ୍ ପାସ୍ ଥିବା ପ୍ରାର୍ଥୀ ଅଛନ୍ତି। ପ୍ରଥମ ପର୍ଯ୍ୟାୟରେ ମୋଟ ପ୍ରାର୍ଥୀମାନଙ୍କ ଭିତରୁ ୧୯ ପ୍ରତିଶତ ଅର୍ଥାତ ୭ଜଣ ମହିଳା ଅଛନ୍ତି।

ad-week
Leave A Reply

Your email address will not be published.