ଧର୍ମେନ୍ଦ୍ର ପ୍ରଧାନ ସବୁବେଳେ ମିଛ କୁହନ୍ତି: ବିଜେଡି

add-all

ଭୁବନେଶ୍ଵର: ଗତ କିଛି ଦିନରୁ ଓଡିଶା ବିଜେପି ନେତାଙ୍କ ସଂସ୍କୃତି, ସଭ୍ୟତା ସ୍ୱାଭିମାନ ନେଇ ବକ୍ତବ୍ୟ ଦେଉଛନ୍ତି । ହେଲେ ସେମାନଙ୍କ ଅସଲ ଚେହେରା ଧରା ପଡିଯାଇଛି । ଯାହା ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରେସମିଟରୁ ସ୍ପଷ୍ଟ ଜଣାପଡୁଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସମଲେଇ ବିକାଶ ନେଇ ତାଙ୍କ ମନରେ ଇର୍ଷା, ରାଗ, କ୍ରୋଧ, ହିଂସା ଭରି ରହିଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସ୍ଵୟଂ ପ୍ରକାଶ ମହାପାତ୍ର ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭକ୍ତଙ୍କ ପାଇଁ ରାଜ୍ୟ ସରକାରଙ୍କ ବିକାଶ କାମକୁ ସହି ପାରୁ ନାହାନ୍ତି ବିରୋଧି । ଶ୍ରୀମନ୍ଦିର ପ୍ରକଳ୍ପକୁ ଟଇଲେଟ ପ୍ରକଳ୍ପ କହିଲେ ଏପରିକି ନିଜ ଅନୁଗତଙ୍କୁ ନେଇ ବାଧା ସୃଷ୍ଟି କରୁଥିଲେ ବୋଲି କହିଛି ବିଜେଡି । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ଟ୍ୱିଟ କରି ଆହ୍ୱାନ ଦେଇଛନ୍ତି ଯେ, ଯଦି ଭକ୍ତଙ୍କ ସୁବିଧା ପାଇଁ ଧର୍ମେନ୍ଦ୍ରଙ୍କୁ କାମ ଖରାପ ଲାଗୁଛି  ତାହା ହେଲେ ନିର୍ବାଚନ ଇସ୍ତାହାରରେ ଏହାକୁ ବନ୍ଦ କରିବାକୁ ଲେଖନ୍ତୁ । BSKY ନେଇ ବାରମ୍ବାର ମିଛ କହୁଛନ୍ତି । ଦଳ ଯେବେ ଆହ୍ୱାନ ଦେଲା ଏହାକୁ ବନ୍ଦ କରିବାକୁ ଲେଖନ୍ତୁ, ଆଉ କିଛି କହିଲେ ନାହିଁ। ଧର୍ମେନ୍ଦ୍ର ପ୍ରଧାନ ସବୁବେଳେ ମିଛ କୁହନ୍ତି ବୋଲି ରାଜ୍ୟବାସୀ ଭଲ ଭାବେ ଜାଣନ୍ତି। ୨୦୧୯ରେ ସେ ‘ମିଛୁଆ’ ଥିଲେ। ଏବେ ତାଙ୍କ ପଦୋନ୍ନତି ହୋଇ ସେ ‘ସୁପର ମିଛୁଆ’ ବୋଲି ଲୋକେ କହିଲେଣି । ଭୋଟ ରାଜନୀତିରେ ଲୋକଙ୍କ ଆଶୀର୍ବାଦ ଦରକାର । ହେଲେ ଧର୍ମେନ୍ଦ୍ର ଏପରି ମିଛ କହୁଛନ୍ତି ଯାହା ସେ ନିଜେ କରି ପାରିବେ ନାହିଁ । ଲୋକେ ଜାଣି ସାରିଲେଣି, ଭୋଟରେ ଉଚିତ ଜବାବ ଦେବେ ବୋଲି ପ୍ରେସମିଟ କରି କହିଛି ବିଜେଡି ।

ad-week
Leave A Reply

Your email address will not be published.