ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ନାଁରେ ନିର୍ବାଚନ କମିସନରଙ୍କ ଆଗରେ ଫେରାଦ ହେଲା ବିଜେଡି

add-all

ଭୁବନେଶ୍ଵର: ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ବିରୋଧରେ ନିର୍ବାଚନ ଆଚରଣ ଵିଧି ଉଲଂଘନ ଅଭିଯୋଗ ଆଣିଲା ବିଜେଡି । ଏ ନେଇ ଇ-ମେଲ ଜରିଆରେ ଜାତୀୟ ନିର୍ବାଚନ କମିସନରଙ୍କୁ ଅବଗତ କରିଛି ବିଜୁ ଜନତା ଦଳ । ଯାହାର ନକଲ ରାଜ୍ଯ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାଖଲ କରିଛି ବିଜେଡି।

ସୂଚନା ଅନୁସାରେ, ବିଶ୍ୱଭୂଷଣ ହରିଚନ୍ଦନ ଗତ ଏପ୍ରିଲ ୩୦ ତାରିଖରେ ଭୁବନେଶ୍ୱର ଆସି ମେ’ ୪ ତାରିଖରେ ଫେରି ଯାଇଥିଲେ। ଏହା ଭିତରେ ନିଜ ଭୁବନେଶ୍ୱର ବାସଭବନରେ ସେ ଚିଲିକା ନିର୍ବାଚନମଣ୍ଡଳୀ ଲୋକଙ୍କୁ ନେଇ ବୈଠକ କରିଥିଲେ ବୋଲି ଅଭିଯୋଗ କରିଛି ବିଜେଡି । ଏହା ସହ ଫୋନ ଯୋଗେ ନିଜ ପୁଅ ପୃଥ୍ୱୀରାଜ ହରିଚନ୍ଦନ, ଯିଏ କି ବିଜେପିରୁ ଚିଲିକାରେ ପ୍ରାର୍ଥୀ ହୋଇଛନ୍ତି, ତାଙ୍କ ସପକ୍ଷରେ ପରୋକ୍ଷରେ ଭୋଟ ପାଇଁ ପ୍ରବର୍ତ୍ତାଇଛନ୍ତି ବୋଲି କହିଛି ବିଜେଡି ।

ବିଜେଡି ଆହୁରି ମଧ୍ୟ ଅଭିଯୋଗ କରିଛି ଯେ, ବିଶ୍ବଭୂଷଣ ହରିଚନ୍ଦନ ଏକ ସାମ୍ବିଧାନିକ ପଦରେ ରହି ଏପରି କରିବା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ। ଏହାର ତଦନ୍ତ ପାଇଁ ଦାବି କରିବା ସହ ନିର୍ବାଚନ ସମୟରେ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଓଡ଼ିଶା ଆସିବା ଉପରେ ଅଙ୍କୁଶ ଲଗାଇବାକୁ ଜାତୀୟ ନିର୍ବାଚନ କମିଶନଙ୍କୁ ବିଜେଡି ଅନୁରୋଧ କରିଛି। ଯେପରି ବିଶ୍ୱଭୂଷଣ ହରିଚନ୍ଦନ ନିର୍ବାଚନ କାମରୁ ନିଜକୁ ନିବୃତ୍ତ ରଖିବେ, ଏ ନେଇ ତାଙ୍କୁ ସତର୍କ କରିବାକୁ ବିଜେଡି ଦାବି କରିଛି।

ad-week
Leave A Reply

Your email address will not be published.