ଜିଲା ଭାଜପା ସଭାପତିଙ୍କ କଞ୍ଚୁରୁରେ ପ୍ରଚାର

add-all

ହିଞ୍ଜିଳିକାଟୁ : ଭାଜପା ଘୁମୁସର ଜିଲ୍ଲା ସଭାପତି ବିଜୟ କୁମାର ସ୍ୱାଇଁ ଓ ହିଞ୍ଜିଳି ବିଧାନସଭା ନିର୍ବାଚନମଣ୍ଡଳୀ ଦଳୀୟ ପ୍ରାର୍ଥୀ ଶିଶିର ମିଶ୍ର ହିଞ୍ଜିଳିକାଟୁ ବ୍ଲକ୍ କଞ୍ଚୁରୁ ପଞ୍ଚାୟତରେ ରବିବାର ପ୍ରଚାର କରିଛନ୍ତି। ମୋଦି ଗ୍ୟାରେଣ୍ଟି ଓ ରାଜ୍ୟ ର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ଗଠନ ଆବଶ୍ୟକ ବୋଲି ମତ ରଖିଥିଲେ। ଏକଦା ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଥିବା ବିଜୟ ସ୍ବାଇଁ ଙ୍କୁ କଲେଜର ପୁରାତନ ଛାତ୍ର ଛାତ୍ରୀ ସମ୍ବର୍ଦ୍ଧନା ଜଣାଇବା ଦେଖାଯାଇଥିଲା। ଅନ୍ୟ ପକ୍ଷରେ ଜିଲ୍ଲା ସଭାପତି ସ୍ବାଇଁ ଶେରଗଡ଼ ଠାରେ ଏକ ଦଳୀୟ କାର୍ଯ୍ୟାଳୟ ଉଦଘାଟନ କରିଥିଲେ। ପରେ ଏକ ବାଇକ ରାଲି ହୋଇଥିଲା। ଏଥିରେ ଜିଲ୍ଲା ଉପସଭାପତି ମାଧବ ଗୌଡ, ଇ ଅନ୍ତର୍ଯ୍ୟାମୀ ପାତ୍ର, ସନ୍ତୋଷ ପାଣିଗ୍ରାହୀ ପ୍ରମୁଖ ଙ୍କ ସହ ବହୁ ନେତା ଓ କର୍ମୀମାନେ ଯୋଗଦେଇଥିଲେ।

ad-week
Leave A Reply

Your email address will not be published.