‘ନିର୍ବାଚନ ଜିତିଲେ ଛାଡ଼ି ଦେବି ବଲିଉଡ’

add-all

ବଲିଉଡକୁ ବାଏ ବାଏ କହିବେ କୁଇନ୍‌ କଙ୍ଗନା ରଣାଓ୍ୱତ। ଯଦି ସେ ନିର୍ବାଚନ ଜିତନ୍ତି ତେବେ ବଲିଉଡ ଛାଡି ଦେବେ। ପୂରାପୁରି ରାଜନୀତିରେ ସକ୍ରିୟ ରହି ଲୋକଙ୍କ ପାଇଁ କାମ କରିବେ। ଏକଥା ଆମେ କହୁନୁ। ନିକଟରେ ଏକ ସାକ୍ଷାତକାର୍‌ରେ ଏଭଳି କିଛି ଘୋଷଣା କରିଛନ୍ତି ଖୋଦ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ।

କଙ୍ଗନା ନିକଟରେ ଏକ ସାକ୍ଷାତକାର୍‌ରେ ଇସାରା କରି କହିଛନ୍ତି ଯେ, ଯଦି ସେ ନିର୍ବାଚନ ଜିତନ୍ତି ତେବେ ଧୀରେ ଧୀରେ ବଲିଉଡକୁ ବାଏ ବାଏ କହିବେ। କାରଣ ସେ କେବଳ ଗୋଟିଏ କାମ ଉପରେ ଧ୍ୟାନ ଦେବାକୁ ଚାହାଁନ୍ତି। ଲୋକେ ଯଦି ମୋ ସହ ଯୋଡି ହେବାକୁ ଚାହାନ୍ତି ତେବେ ମୁଁ କେବଳ ରାଜନୀତି ହିଁ କରିବି। କହିବାକୁ ଗଲେ ଗୋଟେ ସମୟରେ ମୁଁ କେବଳ ଗୋଟିଏ ହିଁ କାମ କରିବାକୁ ଚାହେଁ ବୋଲି କଙ୍ଗନା କହିଛନ୍ତି।

ସେ ଆହୁରି କହିଛନ୍ତି, ‘ଯଦି ଲୋକଙ୍କୁ ମୋର ଆବଶ୍ୟକତା ଦରକାର ପଡେ ତେବେ ମୁଁ ସେହି ଦିଗକୁ ହିଁ ଯିବି। ଯଦି ମୁଁ ମଣ୍ଡିରୁ ଜିତେ, ତେବେ ମୁଁ କେବଳ ରାଜନୀତି କରିବି। ଅନେକ ଚଳଚ୍ଚିତ୍ର ନିର୍ମାତା ମୋତେ ରାଜନୀତି କରିବାକୁ ମନା କରୁଛନ୍ତି। କିନ୍ତୁ ମୁଁ ଲକୋଙ୍କ ଆଶା ପୂରଣ କରିବି। ମୁଁ ଏକ ସୁବିଧାଜନକ ଜୀବନ ଅତିବାହିତ କରିଛି, ଯଦି ବର୍ତ୍ତମାନ ମୁଁ ଲୋକଙ୍କ ସହ ଯୋଡିବାର ସୁଯୋଗ ପାଇଛି, ତେବେ ଏହାକୁ ମଧ୍ୟ ମୁଁ ଗ୍ରହଣ କରିବି।’

ବଲିଉଡରେ ଧମାଲ କରିବା ପରେ ରାଜନୀତିରେ ଏଣ୍ଟ୍ରି କରିଛନ୍ତି କୁଇନ୍‌ କଙ୍ଗନା ରଣାଓ୍ୱତ। ଏଥର ଲୋକସଭା ନିର୍ବାଚନରେ ବିଜେପି ତାଙ୍କୁ ପ୍ରାର୍ଥୀ କରିଛି। ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ଦଳ ତାଙ୍କୁ ଟିକେଟ୍‌ ଦେଇଛି। ଏଥିପାଇଁ ସେ ଜୋର୍‌ସୋର୍‌ରେ ପ୍ରଚାର ପ୍ରଚାରରେ ମଧ୍ୟ ଲାଗି ପଡିଛନ୍ତି।

ad-week
Leave A Reply

Your email address will not be published.