ପୁରୀରେ ନାମାଙ୍କନ ଦାଖଲ ବେଳେ ଗଣ୍ଡଗୋଳ, ଦୁଇ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ହାତାହାତି

add-all

ପୁରୀ : ଉମା- ସୁଜିତ ସମର୍ଥକ ମୁହାଁମୁହିଁ । ପୁରୀରେ ନାମାଙ୍କନ ଦାଖଲ ବେଳେ ଦୁଇ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ହାତାହାତି, ଗଣ୍ଡଗୋଳ । ନାମାଙ୍କନ ପତ୍ର ଦାଖଲ କରି ଫେରୁଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ସୁଜିତ ମହାପାତ୍ରଙ୍କ ସହ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ସମର୍ଥକ ମାନେ ଧସ୍ତାଧସ୍ତି କରିଥିବା ଅଭିଯୋଗ ହୋଇଛି । ପୁରୀ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥ ଗୁଣ୍ଡିଚା ମନ୍ଦିର ଠାରୁ ବିରାଟ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ଶୋଭାଯାତ୍ରାରେ ୨୦ରୁ ଅଧିକ ଶଗଡ଼ ସାମିଲ ହୋଇଥିଲା । ସେହିପରି ସହରାଞ୍ଚଳ ପାଇଁ ବହୁ ସଂଖ୍ୟାରେ ବ୍ୟାଟେରୀ ଅଟୋ ଗାଡ଼ି ମଧ୍ୟ ସାମିଲ ହୋଇଥିଲା । ନାମାଙ୍କନ ଶୋଭାଯାତ୍ରା ବଡ଼ଦାଣ୍ଡ , ଶ୍ରୀମନ୍ଦିର , ଦୋଳମଣ୍ଡପ ସାହି ଦେଇ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା ।କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ମହାପାତ୍ର ନିଜ ନାମାଙ୍କନ ପତ୍ର ଦାଖଲ ପାଇଁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସ୍ଵାଧୀନ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ସୁଜିତ୍ ମହାପାତ୍ରଙ୍କ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାପୂର୍ବରୁ ଗତକାଲି ପୁରୀ ବସଷ୍ଟାଣ୍ଡ ନିକଟରେ ଉମାବଲ୍ଲଭଙ୍କ ଉପରେ ଆକ୍ରମଣ ହୋଇଥିଲା । ପୂର୍ବରୁ କଂଗ୍ରେସ ସୁଜିତ ମହାପାତ୍ରଙ୍କୁ ଟିକେଟ ଦେଇଥିବା ବେଳେ ଗତକାଲି ତାଙ୍କ ଠାରୁ ଟିକେଟ ପ୍ରତ୍ୟାହାର କରିନେଇଥିଲା ।

ad-week
Leave A Reply

Your email address will not be published.