କଲେଜ ଅଧ୍ୟାପକଙ୍କ ନାଁ ରେ ସଙ୍ଗୀନ ଅଭିଯୋଗ, ବିଜେଡିକୁ ସମର୍ଥନ କରୁଥିବା କହିଲା ବିଜେପି

add-all

ନୂଆପଡା: ନୂଆପଡା ଜିଲ୍ଲା ସିନାପାଲି କଲେଜ ଅଧ୍ୟାପକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଅଧ୍ୟାପକ ବ୍ରଜମୋହନ ଧାକଡ଼ ବିଜେଡି ପାଇଁ କାମ କରୁଥିବା ଏକ ସଙ୍ଗୀନ ଅଭିଯୋଗ ଆସିଛି l କେବଳ ବିଜେଡି କୁ ସମର୍ଥନ ନୁହେଁ ବିଜେପି କର୍ମୀଙ୍କୁ ଫୋନ୍ ମାଧ୍ୟମରେ ଧମକ ଦେବା ଭଳି ମଧ୍ୟ ଅଭିଯୋଗ ରହିଛି ।

ସୂଚନା ଅନୁସାରେ, ସିନାପାଲି ବ୍ଲକ ର ଜଣେ ବିଜେପି କର୍ମୀଙ୍କୁ ସେହି ଅଞ୍ଚଳର ଜଣେ ସରକାରୀ କର୍ମଚାରୀ ଫୋନ୍ ରେ ଧମକ ଚମକ ଦେଉଛନ୍ତି । ଧମକ ଦେଉଥିବା ବ୍ୟକ୍ତି ହେଉଛନ୍ତି ଅଧ୍ୟାପକ ବ୍ରଜ ମୋହନ ଧାକଡ଼ l ଏନେଇ ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି l

ସିନାପାଲି ବ୍ଲକ୍ କୋଟମାଳ ଗାଁର ଗଗନ ଧାକଡ଼ ବିଜେପିର ପୋଷ୍ଟ ଗୁଡିକୁ ସୋସିଆଲ ମିଡ଼ିଆରେ ସେୟାର କରୁଛନ୍ତି ଏହାକୁ ବିରୋଧ କରି ସେହି ଗାଁର ଅଧ୍ୟାପକ ବ୍ରଜ ମୋହନ ଧାକଡ଼ ଫୋନ୍ ରେ ଉକ୍ତ ବିଜେପି କର୍ମୀ ଙ୍କୁ ଧମକ ଚମକ ଦେଇଛନ୍ତି l ଏମିତି କି ତାଙ୍କ ଦୋକାନ ଉଡାଇ ଦେବା ସହ ଗାଁରୁ ବାହାର କରିଦେବା, ଦିବ୍ୟ ଶଙ୍କର ମିଶ୍ର ମୋ ଲୋକ ବୋଲି ଅଧ୍ୟାପକ ଜଣଙ୍କ ଫୋନ ରେ କହୁଥିବା ବାର୍ତ୍ତା ଭାଇରାଲ ହେଉଛି l

ସିନାପାଲି କଲେଜର ଏହି ଅଧ୍ୟାପକ ବିଜେଡି ପାଇଁ କାମ କରୁଥିବା ବେଳେ ତାଙ୍କ ନାଁ ରେ ଏହି ଘଟଣା ନେଇ ସିନାପାଲି ଥାନା ରେ ଅଭିଯୋଗ ହେଉଛି l ଜଣେ ସରକାରୀ କର୍ମଚାରୀ କିଭଳି ଓ କେଉଁ ଉଦ୍ଦେଶ୍ୟରେ ସେହି ନିର୍ଦ୍ଦିଷ୍ଟ ବିଜେପି କର୍ମୀଙ୍କୁ ଗାଳିଗୁଲଜ କରି ବିଜେପି ପ୍ରଚାର ପାଇଁ ମନା କରୁଛନ୍ତି ତାହା ଏବେ ସନ୍ଦେହ ଘେରରେ ।

ଅଧ୍ୟାପକ ବ୍ରଜ ମୋହନ ଧାକଡ଼ଙ୍କ ବିରୋଧରେ କଡ଼ା ରୁ କଡା କାର୍ଯ୍ୟାନୁଷ୍ଠାନ ସହ ତାଙ୍କୁ ଗିରଫ କରି ନିଲମ୍ବନ କରାଯାଉ ବୋଲି ବିଜେପି ଦାବି କରିଛି l

ad-week
Leave A Reply

Your email address will not be published.