୧୦ରେ ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

add-all

ଭୁବନେଶ୍ଵର: ଆସନ୍ତା ୧୦ ତାରିଖରେ ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ଼ ସୋ। ସନ୍ଧ୍ୟା ୬ ଟା ସମୟରେ ଭୁବନେଶ୍ଵରରେ ରୋଡ ସୋ କରିବେ ନରେନ୍ଦ୍ର ମୋଦୀ। ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ଏହି ରୋଡ ସୋ ହେବ। ଏହି ରୋଡ ସୋରେ ଯୋଗ ଦେବାକୁ ବିଜେପିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଅଡିଓ ବାର୍ତ୍ତା ଦ୍ୱାରା ଜନସାଧାରଣଙ୍କୁ ନିବେଦନ କରିଛନ୍ତି।
ଉକ୍ତ ଦିନ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାତ୍ରୀଯାପନ କରିବେ। ଏହାପରେ ୧୧ ତାରିଖରେ ସେ ବଲାଙ୍ଗୀରରେ ଆୟୋଜିତ ହେବାକୁ ଥିବା ଏକ ନିର୍ବାଚନୀ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ad-week
Leave A Reply

Your email address will not be published.