କାଳବୈଶାଖୀରେ ୮୦ ବର୍ଷୀୟ ବୃଦ୍ଧାଙ୍କ ଘର ଭାଙ୍ଗିଲା

add-all

ମାଲକାନଗିରି: କାଳବୈଶାଖୀ ତାର ତାଣ୍ଡବ ଦେଖାଇଛି। ବହୁ ଘର ଭାଙ୍ଗିବା ସହ ଗଛଗୁଡିକ ଉପାଡ଼ି ଦେଇଛି। ତେବେ ଏହି କାଳବୈଶାଖୀରେ କୁଟନିପାଲି ଗ୍ରାମର ୮୦ ବର୍ଷିଆ ବୃଦ୍ଧା ରାଧିକା ପାଙ୍ଗିର ଘର ମଧ୍ୟ ଉଜାଡି ଦେଇଛି। ନିଜର ବୋଲି କେହି ନଥିବା ବେଳେ ଭତ୍ତା ଟିକକ ଏବଂ ମାଗଣା ଚାଉଳ ପାଇ ନିଜ ଜୀବନକୁ ବଞ୍ଚାଇ ରଖିଛନ୍ତି।ବହୁ ବର୍ଷ ତଳେ ସ୍ବାମୀଙ୍କର ସ୍ବର୍ଗବାଶ ହୋଇଥିବା ବେଳେ କିଛି ବର୍ଷ ତଳେ ପୁଅର ମଧ୍ୟ ମୃତ୍ୟୁ ହୋଇଯାଇଥିଲା।
ରାଧିକା ଏବେ ଏକାକି।ଗତକାଲି ରାତିରେ ହଠାତ୍ ପବନ ବୋହିବା ସହ ଘରର ଛାତକୁ ଉଡ଼ାଇ ନେଇଯାଇଥିଲା। ଆଖିକୁ ଦିଶୁନଥିବା ବେଳେ ଚାଲିବା ପାଇଁ ମଧ୍ୟ କଷ୍ଟ ହୋଇପଡୁଛି। ତେବେ ରାତିରେ କେହି ମଧ୍ୟ ତାଂକୁ ସାହା ହୋଇନଥିବା ବେଳେ ସ୍ଥାନୀୟ ଜଣେ ଯୁବକ ତାଂକୁ ସାହାରା ଦେଇଥିଲେ। ଆଜି ପ୍ରଶାସନ ତରଫରୁ କେହି ମଧ୍ୟ ତାଂକର ଏହି ଅବସ୍ଥା ଦେଖିବାକୁ ଆସିନଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ। ବହୁ କଷ୍ଟରେ ଏହି ଘର ଖଣ୍ଡିକ ତିଆରି କରିଥିବା ବେଳେ ଏବେ ବର୍ଷାରେ ତାହା ଭାଙ୍ଗିବାକୁ ବସିଛି। ସେ ଏବେ ବେଘର ହୋଇଯାଇଛନ୍ତି। କଣ କରିବେ ଚିନ୍ତାରେ ପଡିଛନ୍ତି। ତୁରନ୍ତ ସରକାରୀ ସହାୟତା ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ad-week
Leave A Reply

Your email address will not be published.