ରୁଦ୍ର ମହାରଥୀଙ୍କ ବିରୋଧରେ ପ୍ରାର୍ଥୀ ହେଲେ ପତ୍ନୀ ଜାଗୃତି

add-all

ପିପିଲି : ନିର୍ବାଚନୀ ମଇଦାନରେ ମୁହାଁମୁହିଁ ହେବେ ସ୍ୱାମୀ-ସ୍ତ୍ରୀ। ପୁରୀ ଜିଲ୍ଲା ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଆସିଛି ଏମିତି ଚିତ୍ର। ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ତାଙ୍କ ପତ୍ନୀ ଜାଗୃତି ପଣ୍ଡା। ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ଜାଗୃତି କାହିଁକି ସ୍ୱାଧୀନ ପ୍ରାର୍ଥୀ ଭାବେ ସ୍ୱାମୀଙ୍କ ବିରୋଧରେ ଲଢ଼ିବାକୁ ମନସ୍ଥ କଲେ, ସେ ନେଇ ମୁହଁ ଖୋଲିନାହାନ୍ତି। ସେହିଭଳି ଏନେଇ ରୁଦ୍ରଙ୍କ ପ୍ରତିକ୍ରିୟା ମଧ୍ୟ ମିଳି ନାହିଁ।
ଜାଗୃତି ଗତକାଲି ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେବେ ଏହା ହଠାତ୍ ସାମ୍ନାକୁ ଆସିପାରି ନଥିଲା। ଏ କଥା ଜଣାପଡ଼ିବା ପରେ ଏହାକୁ ନେଇ ଜୋର ଚର୍ଚ୍ଚା ଚାଲିଛି। କୁହାଯାଉଛି, ସ୍ୱାମୀ ରୁଦ୍ର ନାମାଙ୍କନ ପତ୍ରରେ କୌଣସି ତ୍ରୁଟି ଥିଲେ କାଳେ ନାକଚ ହୋଇଯିବ, ସେଥିପାଇଁ ଜାଗୃତି ସ୍ୱାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଉ ଯଦି ରୁଦ୍ରଙ୍କ ନାମାଙ୍କନ ପତ୍ର ନାକଚ ନହୁଏ, ତା’ହେଲେ ଜାଗୃତି ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେବେ ବୋଲି ଚର୍ଚ୍ଚା ହେଉଛି।
ପିପିଲି ଆସନରୁ ରୁଦ୍ରଙ୍କ ବାପା ପ୍ରଦୀପ ମହାରଥୀ ୭ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ୧୯୮୫ ଓ ୧୯୯୦ରେ ଜନତା ଦଳ ଟିକେଟରେ ପିପିଲି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ। ତାଙ୍କ ମୃତ୍ୟୁ ପରେ ୨୦୨୧ରେ ହୋଇଥିବା ଉପ-ନିର୍ବାଚନରେ ତାଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା ଓ ସେ ବିଜୟୀ ହୋଇଥିଲେ।

ad-week
Leave A Reply

Your email address will not be published.