ଟିକାବାଲି କଲେଜ ପାଇଁ ସଫଳତା ଆଣିଲେ ଆଦ୍ୟାଶା

add-all

ଫୁଲବାଣୀ : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି | ଏହି ପରୀକ୍ଷାରେ କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟ ରେ ଶେଷବର୍ଷ ସ୍ନାତକ ଉଦ୍ଭିଦ ବିଜ୍ଞାନ ଛାତ୍ରୀ ଆଦ୍ୟାଶା ପଟ୍ଟନାୟକ ଦଶ ଜଣ ଙ୍କ ମଧ୍ୟରେ ଅଷ୍ଟମ ସ୍ଥାନ ଅଧିକାର କରି କନ୍ଧମାଳ ଜିଲ୍ଲା ଏବଂ କଲେଜ ପାଇଁ ଗୌରବ ଆଣିଛନ୍ତି | ଏ ସଫଳତା ପାଇଁ ସେ ତାଙ୍କ ପିତା ବରିଷ୍ଠ ସାମ୍ବାଦିକ ଗୋପାଳ କୃଷ୍ଣ ପଟ୍ଟନାୟକ, ମାତା ସଂଗୀତା ପଟ୍ଟନାୟକ , ଦାଦା ଖୁକେନ, ଖୁଡ଼ି ନିବେଦିତା,ପିଉସୀ ଶିକ୍ଷୟିତ୍ରୀ କୁସୁମ , ରାଜଲକ୍ଷ୍ମୀ ଓ ଇତିଶ୍ରୀ ଙ୍କୁ ଶ୍ରେୟ ଦେବା ସଙ୍ଗେ ସଙ୍ଗେ ପୂର୍ବତନ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି, ବିଭାଗୀୟ ମୁଖ୍ୟ ସନ୍ତୋଷ କୁମାର ରଥ, ଡେମୋନଷ୍ଟ୍ରେଟର ରବିନାରାୟଣ ପାଣିଗ୍ରାହୀ, ଅଧ୍ୟାପିକା ଲିପିକା ମହାନ୍ତି ଙ୍କୁ କୃତଙଜ୍ଞତା ଜ୍ଞାପନ କରିଛନ୍ତି| ଟିକାବାଲି କଲେଜର ଶିକ୍ଷାଦାନ ଓ ବିଭାଗୀୟ ମୁଖ୍ୟ ଙ୍କ ଶିକ୍ଷାଦାନ ଶୈଳୀଙ୍କୁ ପ୍ରଶଂସା କରିଥିଲେ, କଲେଜ ପାଇଁ ସଫଳତା ଆଣିଥିବାରୁ ଅଧ୍ୟକ୍ଷା, ଅଧ୍ୟାପକ, ଅଧ୍ୟାପିକା ସମସ୍ତ କର୍ମଚାରୀ ଓ ଅଂଚଳବାସୀ ଶୁଭେଚ୍ଛା ଜଣାଇଛନ୍ତି ।ପିଲାବେଳୁ ସେ ବିଜ୍ଞାନ ମେଳା, ବିଜ୍ଞାନ ସେମିନାର, ବକ୍ତୃତା ତଥା ବିଭିନ୍ନ ପ୍ରତିଯୋଗିତାରେ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ବେଶ୍ ସୁନାମ ଅର୍ଜନ କରିପାରିଛି।ସେ ଜଣେ ଭଲ ନୃତ୍ୟଶିଳ୍ପୀ ମଧ୍ୟ l ତାଙ୍କର ସଫଳତା ପାଇଁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

ad-week
Leave A Reply

Your email address will not be published.