ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ଗାଡ଼ି ଉପରକୁ ବୋମାମାଡ଼

add-all

କୋଲକାତା: ପଶ୍ଚିମବଙ୍ଗର କାନ୍ଥୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ସୌମେନ୍ଦୁ ଅଧିକାରୀଙ୍କ ଗାଡ଼ି ଉପରକୁ ବୋମା ମାଡ଼ ହୋଇଛି। ବିଜେପି ପ୍ରାର୍ଥୀ ସୌମେନ୍ଦୁ ଅଧିକାରୀଙ୍କ ଶୋଭାଯାତ୍ରା ଓ କାରକେଡକୁ ଟାର୍ଗେଟ କରି ଦୁର୍ବୃତ୍ତମାନେ ରାସ୍ତା ଉପରେ ବୋମା ମାଡ଼ କରିଥିବା ଜଣାପଡ଼ିଛି। ତେବେ ଏଥିରେ କେହି ଆହତ ହୋଇନାହାନ୍ତି। ଅର୍ଗୌଳ ଅଂଚଳର କାଳୀ ବଜାର ନିକଟରେ ଏହି ଆକ୍ରମଣ ହୋଇଛି । ବିଜେପି ପ୍ରାର୍ଥୀ ସୌମେନ୍ଦୁ ଅଧିକାରୀଙ୍କ ଶୋଭାଯାତ୍ରା ରାସ୍ତା ଦେଇ ଯାଉଥିବା ବେଳେ ଦୁର୍ବୃତ୍ତମାନେ ବୋମା ମାଡ଼ କରିଥିଲେ। ପୁଲିସ ଏହି ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଛି ।

ସୌମେନ୍ଦୁ ଅଧିକାରୀ ତମଲୁକ ଲୋକସଭା ଆସନରୁ ଦୁଇ ଥର ଟିଏମସି ସାଂସଦ ହୋଇଛନ୍ତି। ୨୦୨୧ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କ ଭାଇ ଶୁଭେନ୍ଦୁ ଅଧିକାରୀ ବିଜେପିରେ ଯୋଗ ଦେବା ପରେ ସେ ତୃଣମୂଳରୁ ନିଜକୁ ଦୂରେଇ ରଖିଥିଲେ। ସୌମେନ୍ଦୁ ଅଧିକାରୀଙ୍କ ପିତା ହେଉଛନ୍ତି ଶିଶିର ଅଧିକାରୀ, ସେ ଲଗାତାର ତିନି ଥର ସାଂସଦ ଅଛନ୍ତି। କାନ୍ଥୀ ଲୋକସଭା ଆସନକୁ ଅଧିକାରୀ ପରିବାରର ଗଡ଼ ଭାବରେ ବିବେଚନା କରାଯାଏ ।

ad-week
Leave A Reply

Your email address will not be published.