ଝାରସୁଗୁଡ଼ାରେ ଚାଞ୍ଚଲ୍ୟ: କାର୍ ଭିତରୁ ସ୍ବାମୀ, ସ୍ତ୍ରୀ ଓ ଝିଅର ମୃତଦେହ ଉଦ୍ଧାର, ସମସ୍ତଙ୍କ ମୁଣ୍ଡରେ ବାଜିଛି ଗୁଳି

add-all

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ବାଣିପାହାଡ଼ ନିକଟ ପଡିଆରେ ୩ ଜଣଙ୍କ ମୃତଦେହ ଠାବ ହୋଇଛି। ୩ ଜଣ ଯାକ ଓରିଏଣ୍ଟ ଥାନା ଅଞ୍ଚଳର ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ମୃତକ ହେଲେ ଓରିଏଣ୍ଟ ଥାନା ଅଞ୍ଚଳର କାଳୀନଗରର ସୁଜିତ ରାୟ, ସ୍ତ୍ରୀ ଖୁସବୁ ରାୟ ଓ ଝିଅ ଅର୍ପିତା ରାୟ। ସମସ୍ତଙ୍କ ମୁଣ୍ଡରେ ଗୁଳି ବାଜିଥିବା ସୂଚନା।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ନିଖୋଜ ମାମଲା ଦାୟର କରିଥିଲେ ମୃତକ ସୁରଜଙ୍କର ପରିବାରଲୋକେ। ସୁରଜ ତାଙ୍କ ସ୍ତ୍ରୀ ଖୁସବୁ ଏବଂ ଝିଅ ଅର୍ପିତା ନିଖୋଜ ଥିବା ନେଇ ଓରିଏଣ୍ଟ ଥାନାରେ ମାମଲା ଦେଇଥିଲେ ମୃତ ସୁରଜଙ୍କ ପରିବାର। ରାତିରେ ଗୋଟିଏ କାରରେ ସୁରଜ ତାଙ୍କ ସ୍ତ୍ରୀ ଏବଂ ଝିଅଙ୍କର ମୃତ ଦେହ ଠାବ କରିଥିଲା ପୁଲିସ। ଖୁସବୁ ରାୟ ଏବଂ ଝିଅ ଅର୍ପିତା ରାୟଙ୍କ ଆଖିରେ କପଡ଼ା ବନ୍ଧା ଯାଇଥିଲା ଏବଂ ସୁରଜ, ଖୁସବୁ ଏବଂ ତାଙ୍କ ଝିଅ ଅର୍ପିତାଙ୍କ ମୁଣ୍ଡରେ ଗୁଳି ବାଜିଥିବା ଜଣାପଡ଼ିଛି। ପୁଲିସ କାର ଡୋର୍ ଲକ ଭାଙ୍ଗି ମୃତଦେହକୁ ‌ଉଦ୍ଧାର କରିଥିଲା। ତେବେ ଏହି ହତ୍ୟା ପଛର କାରଣ ସ୍ପଷ୍ଟ ଜଣାପଡି ନାହିଁ। ପୁଲିସ କାର ଓ ବନ୍ଧୁକ ଜବତ କରିଛି। ଘଟଣା ସ୍ଥଳରେ  ସାଇଣ୍ଟିଫିକ୍‌ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.