ଯୁକ୍ତ ଦୁଇ ଛାତ୍ରୀ ଗଣବଳାତ୍କାର ଘଟଣା ରେ ଏସପି କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଗଣ ବିକ୍ଷୋଭ ପ୍ରଦର୍ଶନ…

ଘଟଣା କୁ ନେଇ ବିଜେଡି ନିରବ…

add-all

ବ୍ରହ୍ମପୁର : – ଯୁକ୍ତ ଦୁଇ ଛାତ୍ରୀ ଗଣବଳାତ୍କାର ଘଟଣା କୁ ନେଇ ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଐଶ୍ଵର୍ଯ୍ୟା ବିଶ୍ଵାଳ ଙ୍କ ନେତୃତ୍ୱ ରେ ମୋର୍ଚ୍ଚା ର ବହୁ କର୍ମକର୍ତ୍ତା ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବ୍ରହ୍ମପୁର ଏସ. ପି ଙ୍କ ନିକଟରେ ପ୍ରତିବାଦ କରିଥିଲେ।ବ୍ରହ୍ମପୁର ସହରରେ ଗତକିଛି ଦିନ ତଳେ ଯେଭଳି ଜଣେ ଯୁକ୍ତ ଦୁଇ ଛାତ୍ରୀ କୁ ଗ ଗଣବଳାତ୍କାର କରାଗଲା ତାହାର ଦୃଢ଼ ନିନ୍ଦା କରିବା ସହିତ ଏଥିରେ ସମ୍ପୃକ୍ତି ରହିଥିବା ସମସ୍ତ ଅଭିଯୁକ୍ତ କୁ ଏଯାବତ ପୋଲିସ ଗିରଫ କରିପାରି ନାହିଁ।ଏଥିସହିତ ଏକ ନିର୍ଦ୍ଦିଷ୍ଟ ଦଳର ଚାପରେ ମୁଖ୍ୟ ଅଭିଯୁକ୍ତକୁ ଛାଡି ଦେଇଥିବା ବିଜେପି ଅଭିଯୋଗ କରିଛି। ଯାହାକି ବ୍ରହ୍ମପୁର ବି ଏନ ପୁର ଥାନା ଅଧିକାରୀଙ୍କ ତଦନ୍ତ ପ୍ରତି ଆଙ୍ଗୁଠି ନିକ୍ଷପ କରିଛନ୍ତି ସହରର ବୁଦ୍ଧିଜୀବୀ ଓ ଜନସାଧାରଣ l ଏଠାରେ ସୂଚନା ଥାଉକି ଗତ ବୁଧବାର ବୈଦ୍ୟନାଥପୁର ପୁଲିସ୍ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ କିଛି ଅଭିଯୁକ୍ତଙ୍କୁ ପୁଲିସ୍ ଛାଡି ଦେଇଥିବା ଅଭିଯୋଗ ହୋଇଛି।କେଉଁ ଆଧାର କୁ ଭିତ୍ତି କରି ଥାନା ଅଧିକାରୀ ଉକ୍ତ ଘଟଣା ରେ ଜଡିତ ଥିବା ଜଣେ ଅପରାଧୀ କୁ ଛାଡି ଦେଲେ ଏବଂ ରାତି ଅଧରେ ଜଣେ ଛାତ୍ର ର ଘରକୁ ପସି ଜୋର ଜବରଦସ୍ତ ତା ବାପା କୁ ଉଠାଇ ଆଣି ବା କେତେ ଦୂର ଠିକ ବୋଲି ଅଞ୍ଚଳ ବାସି ନିନ୍ଦା କରିଛନ୍ତି l ଏବଂ ଦୀର୍ଘ ସମୟ ହେଲା ମାନସିକ ସ୍ତରରେ ନିର୍ଯାତନା ମଧ୍ୟ ଦିଆ ଯାଉଥିବା ତାଙ୍କ ପରିବାର ସୂତ୍ରରୁ ପ୍ରକାଶ l ଏହି ସଂକ୍ରାନ୍ତ ରେ ବିଜେଡି ବର୍ତ୍ତମାନ ସୁଦ୍ଧା ନିରବ ରହିଛି କିନ୍ତୁ ବିଜେପି ଏହାକୁ ଅତି ଗୁରୁତ୍ୱ ନେଇ ତୁରନ୍ତ ପିଡିତାକୁ ନ୍ୟାୟ ଦେବା ସହିତ ଅଭିଯୁକ୍ତକୁ ଗିରଫ କରିବା ଏବଂ ନାବାଳିକା କୁ କ୍ଷତି ପୂରଣ ପ୍ରଦାନ କରିବାକୁ ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା। ଦୀର୍ଘ ସମୟ ଧରି ମହିଳା ମୋର୍ଚ୍ଚା କର୍ମକର୍ତ୍ତା ଧାରଣାରେ ବସିଥିଲେ।ବ୍ରହ୍ମପୁର ଏସପି ଙ୍କୁ ଦେଖା କରିବା ସହିତ ଆଲୋଚନା କରିବା ପାଇଁ ଅଡ଼ି ବସିଥିଲେ ମହିଳା କର୍ମୀ ।ଫଳରେ କିଛି ସମୟ ଧରି ପୋଲିସ ଓ କର୍ମୀ ଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ପରେ ଘଟଣା ସ୍ଥଳରେ ଅତିରିକ୍ତ ଏସପି ଅସୀମ ପଣ୍ଡା ଯୋଗଦେଇ କର୍ମୀଙ୍କ ସହିତ ଆଲୋଚନା କରି ବୁଝାସୁଝା କରିଥିଲେ ପରେ ପରିସ୍ଥିତି ଶାନ୍ତ ପଡିଥିଲା।ପରେ ବ୍ରହ୍ମପୁର ଏସପି ଙ୍କ ଦାୟିତ୍ୱ ରେ ଥିବା ଡ଼ିଆଇଜି ଡାକ୍ତର ସାର୍ଥକ ଷଡଙ୍ଗୀ ଙ୍କ ସହିତ ମହିଳା ମୋର୍ଚାର ପ୍ରତିନିଧି ଦଳ ଆଲୋଚନା କରିବା ସହିତ ଦାବିପତ୍ର ପ୍ରଦାନ କରିଥିଲେ।ତେବେ ଏସପି ଶ୍ରୀ ଷଡଙ୍ଗୀ କୌଣସି ରାଜନୈତିକ ଚାପରେ ନାହିଁ ପୋଲିସ, ଘଟିଥିବା ଘଟଣା ସମ୍ବେଦନଶୀଳ ତେଣୁ ପୋଲିସ ତଦନ୍ତ ଜାରି ରହିଛି ଏଥିରେ ସମ୍ପୃକ୍ତି ଥିବା ସମସ୍ତ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବ ବୋଲି କହିଛନ୍ତି। ଆଜିର ଏହି ଧାରଣା ରେ ଜିଲ୍ଲା ମହିଳା ସଭାନେତ୍ରୀ ଅନୁଜl ନନ୍ଦ ବିଶ୍ଵାଳ, ରତ୍ନ୍ ଗର୍ଭl ସରସ୍ଵତୀ ଦେବି, ମୋନିତା ଦାସ, ବର୍ଷା ବିଦୁସ୍ମିତା, ମଧୁସ୍ମିତା ଠାକୁର, କାଜଲ ପାତ୍ର, ସବିତା ସାହୁ,ମମତା ରଣl, ସ୍ଵର୍ଣ୍ଣ କାନ୍ତି ପାଢୀ ଙ୍କ ସମେତ ବହୁ ମହିଳା ମୋର୍ଚ୍ଚା କର୍ମକର୍ତ୍ତା ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.