ଆରମ୍ଭ ହେଲା ଶୀତଳ ଷଷ୍ଠୀ  ଯାତ୍ରା

add-all

ସମ୍ବଲପୁର: ସମ୍ବଲପୁର ଶୀତଳ ଷଷ୍ଠୀ ଯାତ୍ରାର ଆଜି ଆଦ୍ୟ ପର୍ବ। ଶିବ ବିବାହ ପାଇଁ ଆଜି ଥାଳ ଉଠା ସହ କନ୍ୟା ମାତା ପିତା ଚୟନ କରାଯିବ। ଆଜି ଅପରାହ୍ନରେ ବିଭିନ୍ନ ଶିବାଳୟରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ପରେ ମନ୍ଦିରରୁ ଥାଳ ଉଠିବ ଏବଂ ଶୀତଳଷଷ୍ଠୀ ଯାତ୍ରା ପାଇଁ ଦାନ ଓ ଅନୁଦାନ ସଂଗ୍ରହ କରାଯିବ।ବିଭିନ୍ନ ମନ୍ଦିରର ଶୀତଳଷଷ୍ଠୀ ଯାତ୍ରା କମିଟି ଯାତ୍ରା ପାଇଁ ଦାନ ସଂଗ୍ରହ କାମ ଆରମ୍ଭ କରିବେ। ଏଥିସହିତ ଚୟନ ହୋଇଥିବା ନୂଆ କନ୍ୟା ପିତା ମାତା ମଧ୍ୟ ଦେବୀ ପାର୍ବତୀଙ୍କ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ। ପ୍ରତିବର୍ଷ ଅକ୍ଷୟ ତୃତୀୟା ଦିନ ଶୀତଳଷଷ୍ଠୀ ପାଇଁ ଥାଳ ଉଠାର ପରମ୍ପରା ରହି ଆସିଛି।

ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପୌରାଣିକ କଥାବସ୍ତୁ ଉପରେ ପର୍ଯ୍ୟବେସିତ। ଜ୍ୟୈଷ୍ଠ ଶୁକ୍ଳ ପଞ୍ଚମୀ ତିଥିରେ ମା’ ପାର୍ବତୀ ଓ ଶିବ ଶଙ୍କରଙ୍କର ବିବାହ ଉତ୍ସବ ଏବଂ ତା’ପରଦିନ ଶୀତଳଷଷ୍ଠୀ ଯାତ୍ରା ପାଳନ କରାଯାଏ।

ad-week
Leave A Reply

Your email address will not be published.