୨୦୩୪ ସୁଦ୍ଧା ଓଡ଼ିଶା ହେବ ଶ୍ରେଷ୍ଠ ରାଜ୍ୟ: ବିଜେଡି

add-all

ଭୁବନେଶ୍ବର: ନିର୍ବାଚନୀ ଇସ୍ତାହାରକୁ ନେଇ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି। ଏଥିରେ ବିଜେଡି କହିଛି ଯେ ଘୋଷଣାପତ୍ରରେ ସବୁ ବର୍ଗର ଲୋକଙ୍କୁ ଗୁରୁତ୍ୱ ଦିଆଯାଇଛି। ୧୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ବ୍ୟବସ୍ଥା ରହିଛି। ୨୦୩୪ ସୁଦ୍ଧା ଓଡ଼ିଶା ହେବ ଏକ ନମ୍ବର ରାଜ୍ୟ। ଏହା ଏକ ଐତିହାସିକ ଓ ଯୁଗାନ୍ତକାରୀ ଘୋଷଣାପତ୍ର। ଅନ୍ୟ ରାଜ୍ୟ ତୁଳନାରେ ବିଜେଡି ଇସ୍ତାହାର ସବୁଠୁ ଭଲ। ଯୁବ ଶକ୍ତି ପାଇଁ ବିଶେଷ ବଜେଟ ଆସିବ।

୧୦ ବର୍ଷ ଭିତରେ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଯୁବ ବଜେଟ କୌଣସି ରାଜ୍ୟରେ ନାହିଁ। ସେହିପରି ଝିଅଙ୍କୁ ୧୪ ଓ ପୁଅଙ୍କୁ ୧୨ ହଜାର ଟଙ୍କା ମିଳିବ। ୨ ଲକ୍ଷ ନୂଆ ନିଯୁକ୍ତି ବ୍ୟବସ୍ଥା କରିବୁ। ଅର୍ଥନୈତିକ ବିକାଶ ପାଇଁ ଇକୋସିଷ୍ଟମକୁ ଶକ୍ତିଶାଳୀ କରାଯିବ। ରାଜ୍ୟକୁ ଦେଶର ବିକଶିତ ରାଜ୍ୟରେ ପରିଣତ କରାଯିବ। ଓଡ଼ିଶା ପୂର୍ବ ଭାରତର ଆଇଟି ରାଜଧାନୀ ହେବ। ମଧ୍ୟବିତ୍ତଙ୍କ ପାଇଁ ୨୦ ଲକ୍ଷ ଟଙ୍କା ଯାଏଁ ଗୃହଋଣ ବ୍ୟବସ୍ଥା କରାଯିବ।

ad-week
Leave A Reply

Your email address will not be published.