ତିନି ବ୍ରାଉନ୍ ସୁଗର ବେପାରୀଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ

add-all

ତିନି ଜଣ ବ୍ରାଉନ୍ ସୁଗର ବେପାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ସ୍ଥିତ ଅତିରିକ୍ତ ଜିଲ୍ଲା ଜଜ୍ ତଥା ସ୍ୱତନ୍ତ୍ର ଜଜ୍‌ଙ୍କ କୋର୍ଟ। ଏହା ସହିତ ଦୋଷୀମାନଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଟଙ୍କା ନଦେଲେ ସେମାନଙ୍କୁ ଆହୁରି ୧ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ  ଭୋଗିବେ ବୋଲି କୋର୍ଟ ତାଙ୍କ ରାୟରେ ଶୁଣାଇଛନ୍ତି।

୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ପାଇଥିବା ବ୍ରାଉନ ସୁଗର ବେପାରୀମାନେ ହେଉଛନ୍ତି- ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ନରସିଂହପୁରର ଦେବାଶିଷ ବେହେରା ଓରଫ ରିଙ୍କୁ, ବାଲେଶ୍ୱର ଟାଉନ ଥାନା ଅନ୍ତର୍ଗତ ଗୋପାଳଗାଁର ପ୍ରବୀର କୁମାର ସିଂହ ଓରଫ ସୀତୁ ଓ ସେକ୍ କୌସର ଅଲ୍ଲୀ।

୨୦୨୦ ମସିହା ଜୁନ୍ ମାସ ୧୯ ତାରିଖରେ ଏକ ବୋଲେରୋରେ ଏହି ତିନି ଜଣ ବ୍ରାଉନ ସୁଗର ଚାଲାଣ କରୁଥିବା ବେଳେ ଭୁବନେଶ୍ୱରର ରସୁଲଗଡ଼ ଛକ ନିକଟରେ ଏସ୍‌ଟିଏଫ୍ ହାତରେ ଧରାପଡ଼ିଥିଲେ। ଗାଡ଼ିରୁ ୪ କେଜି ୪୫୮ ଗ୍ରାମ ବ୍ରାଉନ ସୁଗର ମିଳିଥିଲେ। ସେମାନେ ପଶ୍ଚିମବଙ୍ଗରୁ ଏହି ବ୍ରାଉନ ସୁଗର କିଣି ଭୁବନେଶ୍ୱର ଆଣିଥିଲେ ବିକ୍ରି କରିବା ପାଇଁ। ଏହି ମାମଲାର ତଦନ୍ତ କରିବା ପରେ ଚାର୍ଜଶିଟ୍ ଦାଖଲ କରିଥିଲା ଏସ୍‌ଟିଏଫ୍‌।

ଓଡ଼ିଶାରେ ଏହା ହେଉଛି ପ୍ରଥମ ମାମଲା ଯେଉଁଥିରେ ଏନ୍‌ଡିପିଏସ୍ ଆକ୍ଟ, ୧୯୮୫ ଅନୁଯାୟୀ ଦୋଷୀମାନଙ୍କୁ ୨୦ ବର୍ଷ ଲେଖାଏଁ କାରାଦଣ୍ଡାଦେଶ ମିଳିଛି।

ad-week
Leave A Reply

Your email address will not be published.