ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ

add-all

ଅବକାରୀ ନୀତି ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରୁ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ଦେଇଛନ୍ତି। କେଜ୍ରିୱାଲ ଇଡିର ଗିରଫଦାରୀକୁ ବିରୋଧ କରିଥିବା ବେଳେ ସୁପ୍ରିମକୋର୍ଟ ଦେଶରେ ଚାଲିଥିବା ନିର୍ବାଚନକୁ ଦୃଷ୍ଟରେ ରଖି ଜୁନ ୧ ଯାଏ ତାଙ୍କୁ ଜାମିନ ଦେଇଛନ୍ତି। ଜୁନ ୨ରେ ସେ ପୁଣି ତିହାର ଜେଲରେ ଆତ୍ମସମର୍ପଣ କରିବେ।

ତେବେ ଜାମିନ ପାଇଥିବା କେଜ୍ରିୱାଲଙ୍କ ଆଗରେ ସୁପ୍ରିମକୋର୍ଟ କିଛି ସର୍ତ୍ତ ରଖିଛନ୍ତି। ସେଗୁଡ଼ିକ ହେଲା-

୧- ଜେଲରୁ ମୁକୁଳିବା ପୂର୍ବରୁ କେଜ୍ରିୱାଲଙ୍କୁ ୫୦ ହଜାର ଟଙ୍କାର ଗୋଟିଏ ବ୍ୟକ୍ତିଗତ ବଣ୍ଡ ଦାଖଲ କରିବାକୁ ପଡ଼ିବ।

୨- ଜାମିନ ମିଳିଥିଲେ ହେଁ ଆପ୍‌ ମୁଖ୍ୟ କେଜ୍ରିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଫିସ କିମ୍ବା ଦିଲ୍ଲୀ ସଚିବାଳୟକୁ ଯାଇ ପାରିବେ ନାହିଁ। କିନ୍ତୁ  ସେ ଲୋକସଭା ନିର୍ବାଚନ ପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ ପ୍ରଚାର କରିପାରିବେ।

୩- ଗିରଫ ପରେ ମଧ୍ୟ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ନଥିଲେ। କିନ୍ତୁ ସେ ଜାମିନରେ ଥିବା ବେଳେ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କ ବିନା ଅନୁମତିରେ କୌଣସି ସରକାରୀ ଫାଇଲରେ ଦସ୍ତଖତ କରିପାରିବେ ନାହିଁ।

୪- ଦିଲ୍ଲୀ ଅବକାରୀ ନୀତି ମାମଲା କିମ୍ବା ତାଙ୍କ ବିରୋଧରେ ଥିବା ଅଭିଯୋଗ ସମ୍ପର୍କରେ ସେ ମୁହଁ ଖୋଲିପାରିବେ ନାହିଁ।

୫- ଏହି ମାମଲାର କୌଣସି ସାକ୍ଷୀଙ୍କୁ ପ୍ରଭାବିତ କିମ୍ବା ଯୋଗାଯୋଗ କରିବାକୁ କେଜ୍ରିୱାଲ ଚେଷ୍ଟା କରିପାରିବ ନାହିଁ।

ad-week
Leave A Reply

Your email address will not be published.