ବିଦେଶୀ ମଦ ସହ ଅଭିଯୁକ୍ତ ଗିରଫ

add-all

ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ବିମ୍ବାଧର ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଉପ ଅଧିକ୍ଷକ ଶ୍ରୀ ଟଙ୍କଧର ଭୋଇ ଏବଂ ମାଲକାନଗିରି ରେଞ୍ଜ ଇନ୍ସପେକ୍ଟର ଶ୍ରୀ ସନ୍ତୋଷ କୁମାର ବଳ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶ୍ରୀ ଅଶେଷ କୁମାର ନାୟକ ସବ୍-ଇନ୍ସପେକ୍ଟର, ଜିଲ୍ଲା ମୋବାଇଲ୍ ୟୁନିଟ୍,ଏକ ବିଶ୍ଵସ୍ତ ସୂତ୍ର ରୁ ସୂଚନା ପାଇ ମାଲକାନଗିରି ଥାନା ଅନ୍ତର୍ଗତ ତଣ୍ଡିକି ଗ୍ରାମର ଏକ ଘରେ ଚଢ଼ଉ କରି ୧୨୮.୫୦୦ ଲିଟର ବିଅର ଏବଂ ୫.୭୬୦ ଲିଟର ଏମ୍.ସି ୱିସ୍କି IMFL ଜବତ କରିଛନ୍ତି।ଉକ୍ତ ମଦକୁ ଜବତ କଲା ପରେ ଜିଲ୍ଲା ମୋବାଇଲ ୟୁନିଟ ମାଲକାନଗିରି ରେ ଏକ ଅବକାରୀ ମାମଲା ରୁଜୁ କରାଯାଇ ଅଭିଯୁକ୍ତ କମଳେସ ବର୍ମା କୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି। ଉକ୍ତ ଚଢ଼ଉ ସମୟରେ ASI ପ୍ରଦୀପ କୁମାର ନାୟକ, କନେଷ୍ଟବଳ ଜ୍ଞାନ ରଞ୍ଜନ ସାହୁ, ଗାଡି ଚାଳକ ଚନ୍ଦନ ଚେଟୀ ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.