ଓଡ଼ିଶାରେ ସିଏମ୍‌ଙ୍କ ଉପରେ ଜଣେ ସୁପର ସିଏମ୍ ଅଛନ୍ତି : ମୋଦୀ

add-all

ବରଗଡ଼: ୨୫ ବର୍ଷରେ ଏକ ପୀଢ଼ି ଯୌବନପ୍ରାପ୍ତ ହୋଇଥାଏ। କିନ୍ତୁ ୨୫ ବର୍ଷ ଭିତରେ ଓଡ଼ିଶାରେ ବିଜେଡି ଗରିବୀ ହଟେଇପାରିଲାନି। ସାରା ଓଡ଼ିଶାରେ ବିଜେଡି ବିରୋଧରେ ଲୋକଙ୍କ ମନରେ କ୍ରୋଧ ଅଛି। କେତେ ଦିନ ଆଉ ସହିବା? ବୋଲି ଲୋକେ କହୁଛନ୍ତି। ବିଜେଡି ସରକାର ଭାତହାଣ୍ଡିକୁ ଖାଲି କରିଦେଇଛି। ବିଜେଡିକୁ ହଟାଇବା ଦରକାର। ବରଗଡ଼ ସହର ନିକଟ ବରାହାଗୁଡ଼ା ବିକାଶ ଭିନ୍ଟେଜ୍ ପଡ଼ିଆରେ ବିଶାଳ ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଓଡ଼ିଶା ବରବାଦ ହେଉଛି। ମୁଁ ଏଠାକୁ ବିଜେପି ପାଇଁ ଭୋଟ ମାଗିବାକୁ ଆସିନାହିଁ। ବରଂ ଓଡ଼ିଶାକୁ ବଞ୍ଚାଇବାକୁ ଆସିଛି।

ଓଡ଼ିଶାର ଶାସନ ନିର୍ବାଚିତ ପ୍ରତିନିଧିମାନଙ୍କ ହାତରେ ନାହିଁ। ଏଠାରେ ଜଣେ ସିଏମ୍ ଉପରେ ସୁପର ସିଏମ୍ ହୋଇଲେଣି, ଯିଏ ଓଡ଼ିଶାକୁ ଜାଣିନି, ଯାହାର ଏଠାକାର ସଂସ୍କୃତି ଉପରେ ଧାରଣା ନାହିଁ। ତା ହାତକୁ ଓଡ଼ିଶା ଯିବା ଉଚିତ କି? ଓଡ଼ିଶାର ଶାସନ ଆଉଟସୋର୍ସ ହୋଇଗଲାଣି। ଓଡ଼ିଶାକୁ ରକ୍ଷା କରିବାର ଦାୟିତ୍ବ ଆପଣମାନଙ୍କର।
ବରଗଡ଼ରୁ ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ ସମ୍ବଲପୁରର ବିଜେପି ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଏହି ଲୋକସଭା କ୍ଷେତ୍ରର ସମସ୍ତ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିବେଦନ କରିଛନ୍ତି। ବରଗଡ଼ ବିଜୟ ସଂକଳ୍ପ ସମାବେଶ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ଧର୍ମେନ୍ଦ୍ର ପ୍ରଧାନ, ପ୍ରଦୀପ ପୁରୋହିତ ଓ ସୁରେଶ ପୂଜାରୀ ପ୍ରମୁଖ ଉପସ୍ଥିତ ଅଛନ୍ତି।

ad-week
Leave A Reply

Your email address will not be published.