ହଷ୍ଟେଲରେ ଝୁଲି ପଡ଼ିଲେ ଅର୍ଥନୀତି ବିଭାଗ ଛାତ୍ରୀ

add-all

ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଝୁଲି ପଡ଼ିଲେ ଅର୍ଥନୀତି ବିଭାଗ ଛାତ୍ରୀ । ହେଲେ କେଉଁ କାରଣ ସେ ଆତ୍ମହତ୍ୟାର ରାସ୍ତା ବାଛିଲେ, ତାହା ଜଣାପଡ଼ି ନାହିଁ । ଗୋପାଳପୁର ଥାନା ପୁଲିସ ମୃତଦେହ ଜବତର ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।
ଆସିକା ଅଞ୍ଚଳର ମାମଲି ବିଷୋୟୀ। ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅର୍ଥନୀତି ସ୍ନାତକୋତ୍ତର ବିଭାଗର ଦ୍ୱିତୀୟ ବର୍ଷର ଛାତ୍ରୀ। ବିଶ୍ୱବିଦ୍ୟାଳୟର ଚିଲିକା ହଷ୍ଟେଲ୍‌ରେ ରୁମ୍‌ ନମ୍ୱର-୨୦୩ରେ ରହି ପାଠ ପଢ଼ୁଥିଲେ। ଶୁକ୍ରବାର କ୍ଲାସ୍‌ସାରି ରୁମ୍‌କୁ ଆସିଥିଲେ। ହେଲେ ସନ୍ଧ୍ୟା ବେଳେ ତାଙ୍କ ରୁମ୍‌ର କବାଟ ବନ୍ଦ ରହିଥିଲା। ତେଣୁ ସହପାଠୀଙ୍କ ମନରେ ସନ୍ଦେହ ହୋଇଥିଲା। ଏହାପରେ ହଷ୍ଟେଲ୍‌ ଦାୟିତ୍ୱରେ ଥିବା ଅଧିକାରୀ ଓ ଅନ୍ୟ ଛାତ୍ରୀମାନେ ପୁଲିସ୍‌କୁ ଖବର ଦେଇଥିଲେ।
ପୁଲିସ କବାଟ ଭାଙ୍ଗି ରୁମ୍‌ରୁ ମାମାଲିଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ମାମାଲି ଫ୍ୟାନ୍‌ରେ ଗାମୁଛା ଲଗାଇ ଝୁଲି ପଡ଼ିଥିଲେ। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ହେଲେ କେଉଁ କାରଣ ପାଇଁ ଛାତ୍ରୀ ଜଣକ ଆତ୍ମହତ୍ୟା କଲେ, ତାହା ଜଣାପଡ଼ି ନାହିଁ। ଗୋପାଳପୁର ଥାନା ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

ad-week
Leave A Reply

Your email address will not be published.