ଓଲଟିଲା ପୋଲିଂ ପାର୍ଟିକୁ ନେଇ ଯାଉଥିବା ମିନି ବସ୍

add-all

ବ୍ରହ୍ମପୁର : ଓଲଟିଲା ପୋଲିଂ ପାର୍ଟିକୁ ନେଇ ଯାଉଥିବା ମିନି ବସ୍। ଏଥିରେ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ପିତାତଳି ନିକଟରେ। 

ମେ’ ୧୩ ତାରିଖରେ ଓଡ଼ିଶାରେ ଅନୁଷ୍ଠିତ ହେଉଛି ପ୍ରଥମ ପର୍ଯ୍ୟାୟ ମତଦାନ। କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଏବଂ ଏହି ସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ଭୋଟ୍‌ ଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ୪ଟି ଯାକ ସଂସଦୀୟ କ୍ଷେତ୍ର ଅଧୀନରେ ମୋଟ ୬୨,୮୭,୨୨୨ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରେ ୩୦,୯୭,୫୨୭ ଜଣ ପୁରୁଷ, ୩୧,୮୯,୦୬୦ ଜଣ ମହିଳା ଓ ୬୩୫ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି। ପୁରୁଷ ଭୋଟରଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି।

ad-week
Leave A Reply

Your email address will not be published.