ଅଙ୍ଗନବାଡି କେନ୍ଦ୍ର କରିଦେବାକୁ କହି କରିଦେଲେ ଗୋଷ୍ଠୀ କେନ୍ଦ୍ର ତାହା ପୁଣି ନିମ୍ନମାନର

add-all

ଉମରକୋଟ : ୩ ଲକ୍ଷ ଟଙ୍କାର ଗୋଷ୍ଠୀ କେନ୍ଦ୍ର ତିଆରି ହେଇଛି ଅତିରୁ ଅତି ନିମ୍ନ ମାନର ଯାହାକି ନିଜ ଆଖିରେ ନ ଦେଖିଲେ ଜମା ବିଶ୍ଵାସ କରି ହେବନି ଏହିପରି ନିମ୍ନମାନର କାର୍ଯ୍ୟକୁ ବିରୋଧ କଲେ ଗ୍ରାମବାସି । ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଳାର ରାଇଘର ବ୍ଲକର ମୋହଣ୍ଡ ପଂଚାୟତ ଅନ୍ତର୍ଗତ ଡ଼ଙ୍ଗରିପାରା ଗ୍ରାମର କିଛି ଲୋକେ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ପାଇଁ ରାଇଘରରେ ଭିକେ ପାଣ୍ଡିୟାନ ଆସିଥିବା ବେଳେ ତାଙ୍କୁ ଗ୍ରାମର ଲୋକେ ଏକ ଲିଖିତ ଦରଖାସ୍ତ ଦେଇଥିଲେ | ଏହାର ୧୫ ଦିନ ପରେ ବିଧାୟକ ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ ଡ଼ଙ୍ଗରିପାରା ଗ୍ରାମକୁ ଯାଇ ଗାଁରେ ଅଙ୍ଗନବାଡି କେନ୍ଦ୍ର ପାଇଁ ଉଦଘାଟନ କରି ଭୁମୀ ପୂଜା କରି ନଡ଼ିଆ ବାଡେଇ ଥିଲେ ।

ବର୍ତମାନ ଘର ସମ୍ପୂର୍ଣ ତିଆରି ହେବା ପରେ ସୂଚନାଫଳକ ତିଆରି ହେଇଛି ଘରର ପଛ ପଟ କାନ୍ଥରେ। ଏହାକୁ ଦେଖିଲା ପରେ ଏହା ଅଙ୍ଗନବାଡି କେନ୍ଦ୍ର ନୁହଁ ୩ ଲକ୍ଷ ଟଙ୍କାର ଗୋଷ୍ଠୀ କେନ୍ଦ୍ର | ଏହାକୁ ଦେଖି ତାତିଲେ ଗ୍ରାମବାସି ଅଙ୍ଗନବାଡି କେନ୍ଦ୍ର ଜାଗାରେ ତିଆରି ହେଇଛି ଗୋଷ୍ଠୀ କେନ୍ଦ୍ର, ଏହି ଗୋଷ୍ଠୀ କେନ୍ଦ୍ର ତିଆରି ହେଇଛି ମାନ୍ୟବର ବିଧାୟକଙ୍କ ଫଣ୍ଡରୁ ତାହା ଅତିରୁ ଅତି ନିମ୍ନ ମାନର,ଭଲରେ ପଡିନି ପ୍ଲାଷ୍ଟର,ତିଆରି ହେବା କିଛି ଦିନ ଭିତରେ ଛାତ ଫାଟି ଗଲାଣି, ଚଟାଣରେ ଭଲରେ ପ୍ଲାଷ୍ଟର ମଧ୍ୟ ହେଇନି,ଏହିପରି ଅତିରୁ ଅତି ନିମ୍ନ ମାନର କାର୍ଯ୍ୟକୁ ବିରୋଧ କଲେ ଡ଼ଙ୍ଗରିପାରା ଗ୍ରାମର ମଙ୍ଗୁରାମ ଗଣ୍ଡ, ରୂପରାଇ ଗଣ୍ଡ, ମଙ୍ଗିଆ ଗଣ୍ଡ, ସରାଦୁ ଗଣ୍ଡ, ମୋଂତୁ ତୁ ଗଣ୍ଡ, ଅଙ୍ଗତ ଗଣ୍ଡ, ରାଜମନ ଗଣ୍ଡ, ସୋନୁରାମ ଗଣ୍ଡ, ଦଶରୁ ଗଣ୍ଡ, ସନ୍ତୋଷ ଗଣ୍ଡ, ବାଲସିଂ ଗଣ୍ଡ, ଲକିରାମ ଗଣ୍ଡ, ସାହାଦେବ ଗଣ୍ଡ, ଦେଓଲାଲ ଗଣ୍ଡ, ମାନକୁରାମ ଗଣ୍ଡ, ରୂପଚାନ୍ଦ ଗଣ୍ଡ, ମେଘନାଥ ଗଣ୍ଡ, ଜଗଦିଶ ଗଣ୍ଡ, ନରସିଂହ ଗଣ୍ଡ, ଫୁଲସିଂ ଗଣ୍ଡ, ସୁନେର ଗଣ୍ଡଙ୍କ ସମେତ ସମସ୍ତ ଗ୍ରାମବାସି, ଏହିପରି ଅତିରୁ ଅତି ନିମ୍ନମାନର କାର୍ଯ୍ୟକୁ ଉଚ୍ଚସ୍ତରିୟ ତଦନ୍ତ କରି ପୁଣି ଥରେ ଡଙ୍ଗରିପାରାର ଗୋଷ୍ଠୀ କେନ୍ଦ୍ର ତିଆରି କରିବାକୁ ସମସ୍ତେ ଦାବି କରିଛନ୍ତି।

ad-week
Leave A Reply

Your email address will not be published.