ପୋଲିସ ପାଟ୍ରୋଲିଂ ବେଳେ ୧୭ ଲକ୍ଷ ଟଙ୍କାର ଡ୍ରଗ୍ସ ଜବତ, ୨ ଗିରଫ

add-all

ବାରିପଦା: ଆସନ୍ତାକାଲି ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଭୋଟ ଥିବା ବେଳେ ରାଜ୍ୟରେ ଚାଲିଛି ବେଆଇନ କାରବାର। ରାଜ୍ୟରେ ଯୁଗ୍ମ ନିର୍ବାଚନ ପୂର୍ବରୁ ବେଆଇନ କାର୍ଯ୍ୟକଳାପ ଉପରେ ଚାଲିଥିବା କଟକଣା ସମୟରେ ବାରିପଦାଠାରେ ଧରାପଡିଛନ୍ତି ଡ୍ରଗ୍ସ ବେପାରୀ। ଉକ୍ତ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇ ପୋଲିସ ସେମାନଙ୍କଠାରୁ ୧୭ ଲକ୍ଷରୁ ଅଧିକ ମୂଲ୍ୟର ହେରୋଇନ ଜବତ କରିଛି।

ଶନିବାର ରାତିରେ ସହରର ଦେବେନ୍ଦ୍ରପୁର ଅଞ୍ଚଳରେ ତୀବ୍ର ପାଟ୍ରୋଲିଂ ବେଳେ ଏହି ନିଶାଦ୍ରବ୍ୟ ଜବତ କରାଯାଇଥିବା ପୋଲିସ କହିଛି। ଉକ୍ତ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ପୋଲିସ ଟିମ୍ ଏକ ଅଟୋ-ରିକ୍ସାକୁ ସନ୍ଦେହଜନକ ଭାବେ ଅଟକାଇଥିଲା। ଏହି ତିନି ଚକିଆ ଯାନର ଯାଞ୍ଚ ପରେ ନିଶାଦ୍ରବ୍ୟ ବା ହେରୋଇନ ଉଦ୍ଧାର କରାଯାଇଥିଲା।

ଗାଡିରେ ଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଜବତ ଡ୍ରଗ୍ସର ଓଜନ ପ୍ରାୟ ୧୭୦.୦୬ ଗ୍ରାମ ରହିଛି। ନିଶାଦ୍ରବ୍ୟର ମୂଲ୍ୟ ୧୭ ଲକ୍ଷରୁ ଅଧିକ ବୋଲି ପୋଲିସ ଅଧିକାରୀ କହିଛନ୍ତି। ଡ୍ରଗ୍ସ ରାକେଟରେ ଅନ୍ୟମାନଙ୍କ ସମ୍ଭାବ୍ୟ ସମ୍ପୃକ୍ତି ଏବଂ ନେଟୱାର୍କର ପ୍ରକୃତି ତଥ୍ୟ ଜାଣିବା ପାଇଁ ଅଧିକ ତଦନ୍ତ କରୁଛି ପୋଲିସ ।

ad-week
Leave A Reply

Your email address will not be published.