ରାହୁଲଙ୍କୁ ଟାର୍ଗେଟ୍‌ କଲେ ସ୍ମୃତି ଇରାନୀ

add-all

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଖୋଲା ବିତର୍କ ପାଇଁ ନିମନ୍ତ୍ରଣ ଗ୍ରହଣ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଏହାକୁ ନେଇ ଏବେ ବିଜେପି ତାଙ୍କୁ ଟାର୍ଗେଟ୍‌ କରିଛି। ଅମେଠି ଲୋକସଭା ଅସନରୁ ନିର୍ବାଚନ ଲଢ଼ିବାକୁ ଅନିଚ୍ଛା ପ୍ରକାଶ କରିଥିବା ରାହୁଲ ଗାନ୍ଧିଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ଏଥିସହ ରାହୁଲ କ’ଣ ଇଣ୍ଡିଆ ମେଣ୍ଟର ପ୍ରାଧାନମନ୍ତ୍ରୀ ପ୍ରାର୍ଥୀ କି? ବୋଲି ସେ ପ୍ରଶ୍ନ କରିଛନ୍ତି।

ପ୍ରଥମତଃ ଯେଉଁ ବ୍ୟକ୍ତି ନିଜର ତଥାକଥିତ ଗଡରେ ସାଧାରଣ ବିଜେପି କର୍ମୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସାହସ କରନ୍ତି ନାହିଁ, ସେ ଗର୍ବ କରିବା ଠାରୁ ଦୂରେଇ ରହିବା ଉଚିତ୍। ଦ୍ୱିତୀୟତଃ ଯିଏ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବସି ବିତର୍କ କରିବାକୁ ଚାହୁଁଛନ୍ତି, ମୁଁ ପଚାରିବାକୁ ଚାହେଁ କି ସେ INDIA ବ୍ଲକର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କି? ବୋଲି ସ୍ମୃତି ଇରାନୀ ପ୍ରଶ୍ନ କରିଛନ୍ତି।

ଶନିବାର କେରଳର ୱାୟନାଡ ଏବଂ ଉତ୍ତରପ୍ରଦେଶର ରାବେରେଲି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ରାହୁଲ ଗାନ୍ଧି ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାଧାରଣ ବିତର୍କ ପାଇଁ ନିମନ୍ତ୍ରଣ ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ମଦନ ବି ଲୋକୁର, ଜଷ୍ଟିସ ଅଜିତ ପି ଶାହ ଓ ବରିଷ୍ଠ ସାମ୍ବାଦିକ ଏନ ରାମ ଉଭୟ ମୋଦି ଓ ରାହୁଲଙ୍କୁ ଚିଠି ଲେଖିଥିଲେ। ଦୁଇ ପକ୍ଷ ପରସ୍ପର ବିରୋଧରେ ଆଣୁଥିବା ଅଭିଯୋଗ ଓ ଚ୍ୟାଲେଞ୍ଜର ଜବାବ ରଖିବାକୁ ସେମାନେ ପରାମର୍ଶ ଦେଇଥିଲେ।

ଲୋକମାନେ କେବଳ ଅଭିଯୋଗ ଓ ଚ୍ୟାଲେଞ୍ଜ ଶୁଣୁଛନ୍ତି। ସେମାନଙ୍କୁ କୌଣସି ପ୍ରକାରର ଯୁକ୍ତିଯୁକ୍ତ ଜବାବ ମିଳୁନାହିଁ। ତେଣୁ ଉଭୟ ଖୋଲା ବିତର୍କ ମଞ୍ଚକୁ ‌ଆସନ୍ତୁ ବୋଲି ସେମାନେ କହିଥିଲେ। ଏପରି ନିମନ୍ତ୍ରଣକୁ ପାଇବା ପରେ ରାହୁଲ ଗାନ୍ଧି ଏକ୍ସରେ ଗୋଟିଏ ପୋଷ୍ଟ ସେୟାର କରି ଏହି ବିତର୍କ ନିମନ୍ତ୍ରଣକୁ ସ୍ୱୀକାର କରିଥିଲେ।

ad-week
Leave A Reply

Your email address will not be published.