ଯବାନଙ୍କ ଗୁଳିରେ ଜଣେ ମାଓବାଦୀ ନିହତ

add-all

ମାଲକାନଗିରି, ୧୨।୫ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଧମତରୀ ଥାନା ଅଞ୍ଚଳରେ ଗୁଳି ବିନିମୟରେ ଜଣେ ଇନାମି ମାଓବାଦୀ ନିହତ ହୋଇଥିବା ଜଣା ପଡିଛି । ମୃତ ମାଓବାଦୀ ଜଣକ ହେଲା ମଙ୍ଗଲ ମାଡକମ ଏବଂ ତା ନାମରେ ୫ଲକ୍ଷ ଇନାମ ଥିବା ମଧ୍ୟ ଜଣ ପଡିଛି । ସୂଚନା ଅନୁଯାୟୀ ପୁଲିସ, ସିଆରପିଏଫ, ଡିଆରଜି ଯବାନ ମାନଙ୍କ ପକ୍ଷରୁ ମାଓ ଦମନ ନିମନ୍ତେ ଧମତାରି ଥାନା ଜଂଗଲରେ ତଲାସି ଅଭିଯାନ କରାଯାଉଥିବା ବେଳେ ହଟାତ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲା । ଯେଉଁଥିରେ ମାଓବାଦୀ ମାନେ ଯବାନଙ୍କ ଉପରକୁ ଗୁଳି ଚାଳନା କରିଥିବା ବେଳେ ଯବାନ ମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ତେବେ ଏହି ଗୁଳି ବିନିମୟରେ ଯବାନଙ୍କ ସାମ୍ନା କରି ନପରି ମାଓବାଦୀ ମାନେ ସେଠାରୁ ଲୁଚି ପଳାଇଥିବା ବେଳେ ତଲାସି ଅଭିଯାନ ବେଳେ ଯବାନ ମାନେ ସେଣ୍ଟ୍ରାଲ କମିଟି ମେମ୍ବର ଗଣେଶ ଉଇକାର ଅଙ୍ଗରକ୍ଷକ ମଙ୍ଗଲ ନାମକ ମାଓବାଦୀର ମୃତ ଦେହ ଉଧାର କରିଥିଲେ ।

ad-week
Leave A Reply

Your email address will not be published.