ପ୍ରକାଶ ପାଇଲା CBSE ଦଶମ ଓ ଦ୍ବାଦଶ ରେଜଲ୍ଟ

add-all

ଭୁବନେଶ୍ୱର :  ଆରମ୍ଭ ହେଲା ରେଜଲ୍ଟ ଋତୁ । ପ୍ରକାଶ ପାଇଲା CBSE ଦଶମ ଓ ଦ୍ବାଦଶ ରେଜଲ୍ଟ । ସିବିଏସଇ ୱେବସାଇଟ cbse.nic.inରେ ରେଜଲ୍ଟ ଉପଲବ୍ଧ । ଦ୍ବାଦଶରେ ୮୭.୯୮% ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ୨୪ ହଜାର ପରୀକ୍ଷାର୍ଥୀ ୯୫%ରୁ ଅଧିକ ନମ୍ବର ରଖିଛନ୍ତି । ଏକ ଲକ୍ଷ ୧୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ରଖିଛନ୍ତି ୯୦%ରୁ ଅଧିକ ନମ୍ବର ।

ଦ୍ବାଦଶ ପରୀକ୍ଷାରେ ପୁଣି ବାଜି ମାରିଛନ୍ତି ଛାତ୍ରୀ  । ପରୀକ୍ଷାରେ ଛାତ୍ରୀଙ୍କ ପାସ୍ ହାର ୯୧.୫୨% । ଛାତ୍ରଙ୍କ ପାସ୍ ହାର ୮୫.୧୨% ରହିଛି । ସେହିପରି ସିବିଏସଇ ଦଶମ ପରୀକ୍ଷାରେ ପାସ୍ ହାର ରହିଛି ୯୩.୬୦ ପ୍ରତିଶତ। ଦଶମରେ ମଧ୍ୟ ବାଜିମାତ କରିଛନ୍ତି ଛାତ୍ରୀ। ଛାତ୍ରୀଙ୍କ ପାସ ହାର ୯୪.୭୫ ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ପାସ ହାର ରହିଛି ୯୨.୭୧ ପ୍ରତିଶତ। ସାରା ଦେଶରେ ୨୦ଲକ୍ଷ ୯୫ହଜାର ୪୬୭ ଜଣ ପାସ କରିଛନ୍ତି। ଏବର୍ଷ ପାସ ହାର ୦.୪୮ ପ୍ରତିଶତ ବୃଦ୍ଧି ପାଇଛି।

ad-week
Leave A Reply

Your email address will not be published.