ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପ୍ରଚାର ବେଳେ ମହୁମାଛି ଆକ୍ରମଣ, ୨୦ ଆହତ

add-all

ସୁବର୍ଣ୍ଣପୁର: ବିଜେଡି ନେତାଙ୍କ ନିର୍ବାଚନ ପ୍ରଚାର ବେଳେ ଆକ୍ରମଣ କଲେ ମହୁମାଛି। ଏଥିରେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ କଇନ୍ତରା ଗାଁରେ ଘଟିଛି ଏହି ଘଟଣା।

ଆଜି ବିଜେଡିର ବଲାଙ୍ଗିର ଲୋକସଭା ଆସନ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଓ ବୀରମହାରାଜପୁର ବିଧାନସଭା ପ୍ରାର୍ଥୀ ପଦ୍ମନାଭ ବେହେରା ବିନିକା ବ୍ଲକ ଅଞ୍ଚଳରେ ଗାଁକୁ ଗାଁ ଯାଇ ପ୍ରଚାର କରୁଥିଲେ I ହେଲେ କଇନ୍ତରା ଗାଁରେ ସେମାନେ ଡିଜେ ବଜାଇ ଜୋରଦାର ପ୍ରଚାର କରି ଯାଉଥିବା ବେଳେ ମହୁମାଛିମାନେ ଆକ୍ରମଣ କରିଥିଲେ। ଏଥିରେ ବିଜେଡିର ବିନିକା ବ୍ଳକ୍ ସଭାପତି ଦ୍ୱାରିକାନାଥ ସାହୁଙ୍କ ସେମତ ପ୍ରାୟ ୨୦ ଜଣ ବିଜେଡି କର୍ମୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବିଜେଡିର ବିନିକା ବ୍ଳକ୍ ସଭାପତି ଦ୍ୱାରିକାନାଥ ସାହୁଙ୍କ ସୂଚନା ଅନୁଯାୟୀ, ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଓ ପଦ୍ମନାଭ ବେହେରାଙ୍କୁ ମଧ୍ୟ ମହୁମାଛି ଆକ୍ରମଣ କରିଥିଲେ। କଇନ୍ତରା ଗାଁରୁ ପ୍ରଚାର ଆରମ୍ଭ ହେବାର ମାତ୍ର କିଛି ସମୟ ପରେ ମହୁମାଛିମାନେ ଆକ୍ରମଣ କରିଥିଲେ।

ad-week
Leave A Reply

Your email address will not be published.