ପୋଡିଙ୍ଗି ଗ୍ରାମରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ, ସାଂସଦ ପ୍ରାର୍ଥୀଙ୍କୁ ଦୁର୍ବ୍ୟବହାର

add-all

ହିଞ୍ଜିଳିକାଟୁ ୧୩/୫ : ହିଞ୍ଜିଳି ନିର୍ବାଚନମଣ୍ଡଳିରେ ବିଜେଡିର ଦାଦାଗିରି । ପୋଡଙ୍ଗି ଗ୍ରାମରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ । ବିଜେପି ବିଧାୟକ ଓ ସାଂସଦ ପ୍ରାର୍ଥୀ ଅନିତା ପ୍ରିୟଦର୍ଶିନୀ ଙ୍କୁ ନିର୍ବାଚନ ପ୍ରଚାରରେ ପୋଡଙ୍ଗି ଗ୍ରାମରେ ଏକ ମଠ ନିକଟରେ ଅଶାଳୀନ ବ୍ୟବହାର ହୋଇଥିବା ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ଜାଣିଶୁଣି ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିବାକୁ ଉଦ୍ଯମ କରିଥିଲେ ବିଜେଡି କର୍ମୀ । ପୋଡଙ୍ଗି ଗ୍ରାମରେ ସାଂସଦ ପ୍ରାର୍ଥୀ ଅନିତା ପ୍ରିୟଦର୍ଶିନୀ ପ୍ରଚାର ପ୍ରସାର ବେଳକୁ ପାଇଁ ଯାଉଥିବାବେଳେ କିଛି ବିଜେଡି କର୍ମୀ ଜାଣିଶୁଣି ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିଥିଲେ । ବିଜେପି ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀ ଓ ବିଜେପି କର୍ମୀଙ୍କୁ ଅଶାଳୀନ ବ୍ଯବହାର କରିଥିବା ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ ଅଶାନ୍ତି ସୃଷ୍ଟି କରିଥିବା ଯୁବକ ମାନେ ଗାଁ ରେ ଚୋରା ମଦ ବେପାର କରି ଗୁଣ୍ଡା ଗିରି କରୁଛନ୍ତି। ଉକ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଥିବା ବିଜେପି ବିଧାୟକ ପ୍ରାର୍ଥୀ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣାକୁ ନେଇ ଜନ ସାଧାରଣଙ୍କ ମଧ୍ୟରେ ନାପସନ୍ଦ କରାଯାଇଛି। ଅନ୍ୟ ପକ୍ଷରେ ପ୍ରଚାରକୁ ଯାଇଥିବା ସାଂସଦ ପ୍ରାର୍ଥୀନୀ ଙ୍କୁ ଅସମ୍ମାନ ଓ ଦୁର୍ବବ୍ୟବହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ପରେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ଗ୍ରହଣ ନ କରିଥିବାରୁ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ad-week
Leave A Reply

Your email address will not be published.