ଆମକୁ ରକ୍ଷା କର.. ଭାରତକୁ ଅନୁରୋଧ କଲେ ପିଓକେ ନେତା

add-all

ନୂଆଦିଲ୍ଲୀ: ସ୍କଟଲାଣ୍ଡରେ ରହୁଥିବା ବିଶିଷ୍ଟ ପିଓକେ କାର୍ଯ୍ୟକର୍ତ୍ତା ଅମଜାଦ ଆୟୁବ ମିର୍ଜା ପାକିସ୍ତାନ ଅଧିକୃତ ଜମ୍ମୁ-କଶ୍ମୀରର ରାଜଧାନୀ ମୁଜାଫରାବାଦରେ ଖରାପ ସ୍ଥିତି କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। “ଆମେ ଏକ ନିରାଶାଜନକ ସ୍ଥିତିରେ ଅଛୁ। ପିଓକେର ସୁରକ୍ଷା ଏବେ ଭାରତ ହାତରେ ରହିଛି ବୋଲି ସେ କହିଛନ୍ତି ।
ପିଓକେରେ ଏବେ ପାକିସ୍ତାନ ବିରୋଧୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ହିଂସାକାଣ୍ଡରେ ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୯୦ରୁ ଅଧିକ ଆହତ ହୋଇଛନ୍ତି। ବର୍ଦ୍ଧିତ ବିଦ୍ୟୁତ ବିଲ୍ ଓ ଟିକସକୁ ବିରୋଧ କରି ଉତ୍ତ୍ୟକ୍ତ ଲୋକେ ଲଗାତାର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।
ପାକ୍ ଅଧିକୃତ କଶ୍ମୀର (ପିଓକେ)ରେ ଲୋକଙ୍କ ବିରୋଧକୁ ଦମନ କରିବା ପାଇଁ ପାକିସ୍ତାନୀ ମିଲିଟାରୀ ରେଞ୍ଜର୍ସ ମୁତୟନ କରାଯାଇଛି। ରାଜଧାନୀ ମୁଜାଫରାବାଦରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଏଠାରେ ସୁରକ୍ଷାବାହିନୀ ସ୍ପଷ୍ଟ ଦିବାଲୋକରେ ପ୍ରତିବାଦ କରୁଥିବା ଲୋକଙ୍କୁ ହତ୍ୟା କରିବାକୁ ଅଲଟିମେଟମ ଦେଇଛନ୍ତି। ଫଳରେ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ଲଗାତାର ଚତୁର୍ଥ ଦିନ ପାଇଁ ଚକ ଜାମ୍ ଧର୍ମଘଟ ଜାରି ରହିଛି। ଅଶାନ୍ତି ଭିତରେ ଅଧିକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେଉଛି।

ad-week
Leave A Reply

Your email address will not be published.