ବିଜପିରେ ଯୋଗେଦେଲେ ୧୫ଶହରୁ ଅଧିକ କର୍ମୀ ଏବଂ ନେତା

add-all

ବାଲେଶ୍ବର : ବିଜପିରେ ଯୋଗେଦେଲେ ୧୫ଶହରୁ ଅଧିକ କର୍ମୀ ଏବଂ ନେତା। ଜଳେଶ୍ୱର ବିଜେପି ବିଧାୟକ ପ୍ରାର୍ଥୀ ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ବିଜେପି ପକ୍ଷରୁ ଡେମୁରିଆଠାରେ ଏକ ମିଶ୍ରମ ପର୍ବ ଅନୁଷ୍ଠିତ ହୋଇଛି। ଏଥିରେ ବିଜେପି ବିଧାୟକ ପ୍ରାର୍ଥୀ ବ୍ରଜମୋହନ ପ୍ରଧାନ ଯୋଗଦେଇ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ଜନକଲ୍ୟାଣ ଯୋଜନା ବିଷୟରେ ବଖାଣିବା ସହିତ ବିରୋଧୀ କଂଗ୍ରେସ ଓ ରାଜ୍ୟରେ ବିଜେଡି ସରକାରଙ୍କ ଜନ ମାରଣ ନୀତିକୁ କଡା ସମାଲୋଚନା କରିଥିଲେ। ଏହି ଅବସରରେ ଶାସକ ବିଜେଡି ଓ କଂଗ୍ରେସ ଦଳର ଶତାଧିକ ନେତା ଓ କର୍ମୀ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି। ସେମାନଙ୍କୁ ବିଧାୟକ ପ୍ରାର୍ଥୀ ବ୍ରଜମୋହନ ପ୍ରଧାନ ସ୍ୱାଗତ କରିଛନ୍ତି।
ସମ୍ପତ୍ତିଆ ପଂଚାୟତର ୧୫ ଶହରୁ ଅଧିକ କଂଗ୍ରେସ କର୍ମୀ ବିଜେପିରେ ସାମିଲ୍ ହୋଇଛନ୍ତି। ଯେଉଁଥିରେ ବହୁ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ରହିଛନ୍ତି। ଏଥିସହ ବିଜେଡିର ପୂର୍ବତନ ବ୍ଳକ୍‌ ସଭାପତି, ସରପଞ୍ଚ ଓ ସମିତି ସଭ୍ୟ ଆଜି ବିଜେପିରେ ସାମିଲ୍‌ ହୋଇଛନ୍ତି। ଆଗାମୀ ନିର୍ବାଚନରେ ବିଜେଡିକୁ ଉଚିତ ଜବାବ ଦେବା ପାଇଁ ସେମାନେ ବିଜେପିରେ ସାମିଲ୍‌ ହୋଇଥିବା କହିଛନ୍ତି।
ସୂଚନାରୁ ପ୍ରକାଶ, ବିଜେଡି ଗଡ଼ରେ ବିଜେପିର ରଣ କୌଶଳ ପ୍ରସ୍ତୁତ ସପଳ ହୋଇଛି। ବିଭିନ୍ନ ଦଳର ନେତା କର୍ମୀଙ୍କୁ ନିଜ ସପକ୍ଷରେ ନେବା ପାଇଁ ଚାଲିଛି ଘନ ଘନ ବୈଠକ। ଚଳିତ ସାଧାରଣ ନିର୍ବାଚନରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇ ଟିକଟ ହାତେଇଥିବା ବ୍ରଜମୋହନ ପ୍ରଧାନ ଅନେକ ନେତା ଓ କର୍ମୀଙ୍କୁ ନିଜ ଦଳର ସାମିଲ କରାଉଛନ୍ତି। କିଭଳି ବିଜେପି ଏଠାରେ ଭଲ ପଦର୍ଶନ କରିବ? ବିଜେଡି ଗଡ଼କୁ ନିଜ ଅକ୍ତିଆରକୁ ଆସିବ, ତାକୁ ନେଇ ବିଭିନ୍ନ ସ୍ଥାନରେ ଶ୍ରୀ ପ୍ରଧାନ କରୁଛନ୍ତି ଘନ ଘନ ସଭା ସମିତି।

ad-week
Leave A Reply

Your email address will not be published.