add-all

ଭୁବନେଶ୍ବର: ଦ୍ଵିତୀୟ ପର୍ଯ୍ୟାୟ ବିଧାନସଭା ଆସନ ପାଇଁ ଆସିଲା ଏଡିଆର୍ ରିପୋର୍ଟ। ଓଡ଼ିଶାରେ ଦ୍ଵିତୀୟ ପର୍ଯ୍ୟାୟରେ ୨୬୫ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ। ୨୬୫ ପ୍ରାର୍ଥୀ ମଧ୍ୟରୁ ୮୭ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା। ୭୦ ଜଣଙ୍କ ନାଁ ରେ ରହିଛି ସାଙ୍ଘାତିକ ଅପରାଧିକ ମାମଲା। ୫ ଜଣଙ୍କ ନାଁ ରେ ରହିଛି ହତ୍ୟା ଭଳି ସଙ୍ଗୀନ ଅପରାଧିକ ମାମଲା। ୧୬ ଜଣଙ୍କ ନାଁରେ ରହିଛି ହତ୍ୟାଉଦ୍ୟମ ଭଳି ଅପରାଧିକ ମାମଲା। ୧୧ ଜଣଙ୍କ ନାଁ ରେ ରହିଛି ମହିଳାଙ୍କ ବିରୋଧରେ ନିର୍ଯାତନା ଭଳି ମାମଲା। ସବୁଠାରୁ ସର୍ବାଧିକ ଅପରାଧିକ ମାମଲାରେ ରହିଛନ୍ତି ବିଜେପିର ପ୍ରାର୍ଥୀ। ବିଜେପିର ୩୫ ଜଣ ପ୍ରାର୍ଥୀମାନଙ୍କ ମଧ୍ୟରୁ ୨୮ ଜଣଙ୍କ ନାଁ ରେ ରହିଛି ଅପରାଧିକ ମାମଲା। ବିଜେଡିର ୩୫ ଜଣ ପ୍ରାର୍ଥୀମାନଙ୍କ ମଧ୍ୟରୁ ୯ ଜଣଙ୍କ ନାଁ ରେ ରହିଛି ଅପରାଧିକ ମାମଲା ଏବଂ କଂଗ୍ରେସର ୩୫ ଜଣ ପ୍ରାର୍ଥୀମାନଙ୍କ ମଧ୍ୟରୁ ୧୭ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା।
୨୬୫ ଜଣଙ୍କ ମଧ୍ୟରୁ ୯୫ ଜଣ କୋଟିପତି ପ୍ରାର୍ଥୀ। ବିଜେଡିର ୩୦ ଜଣ ପ୍ରାର୍ଥୀ, ବିଜେପିର ୨୪ ଜଣ ପ୍ରାର୍ଥୀ ଏବଂ କଂଗ୍ରେସର ମଧ୍ୟ ୨୪ ଜଣ ପ୍ରାର୍ଥୀ କୋଟିପତି। ଦିଲ୍ଲୀପ ରାୟ ସବୁଠାରୁ ଅଧିକ ଧନୀ ପ୍ରାର୍ଥୀ। ଦିଲ୍ଲୀପ ରାୟଙ୍କ ରହିଛି ୩୧୩ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି। ଦ୍ଵିତୀୟରେ କଳିକେଶ ନାରାୟଣ ସିଂ ଦେଓଙ୍କ ରହିଛି ୭୩ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି। ତୃତୀୟରେ ନବୀନ ପଟ୍ଟନାୟକଙ୍କ ରହିଛି ୭୧ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି। ସବୁଠାରୁ କମ୍ ସମ୍ପତ୍ତି ଥିବା ପ୍ରାର୍ଥୀ ହେଉଛନ୍ତି ବୌଦ୍ଧର ସ୍ଵାଧୀନ ପ୍ରାର୍ଥୀ ପ୍ରଦୀପ ସାହୁ। ତାଙ୍କର ରହିଛି ୭୦୦୦ ଟଙ୍କାର ସମ୍ପତି। ଦ୍ଵିତୀୟ ପର୍ଯ୍ୟାୟରେ ଯେତିକି ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି, ଯାହା ଟ୍ରେଣ୍ଡ କହୁଛି ଉଭୟ ଅର୍ଥବଳ ଆଉ ବାହୁବଳ ଦେଖିକି ଟିକେଟ ବଣ୍ଟା ଯାଇଛି।

ad-week
Leave A Reply

Your email address will not be published.