ଗିରଫ ହେଲେ ଆଉ ଜଣେ ମନ୍ତ୍ରୀ

add-all

ରାଞ୍ଚି : କଂଗ୍ରେସ ନେତା ତଥା ଝାଡ଼ଖଣ୍ଡ ସରକାରରେ ମନ୍ତ୍ରୀ ଥିବା ଆଲମଗିର ଆଲମଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏକ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ବୁଧବାର ଗିରଫ କରାଯାଇଛି।
ଗତକାଲି ଇଡିର ରାଞ୍ଚି ସ୍ଥିତ କାର୍ଯ୍ୟାଳୟରେ ୭୦ ବର୍ଷୀୟ ଆଲମଗିର ଆଲମଙ୍କୁ ୯ରୁ ଅଧିକ ଘଣ୍ଟା ଧରି ଜେରା କରାଯାଇଥିଲା। ଆଉ ତା’ପରେ ଆଜି ଗିରଫ କରାଯାଇଛି।
ମେ’ ୬ ତାରିଖରେ ଇଡି ତରଫରୁ ଆଲମଗିର ଆଲମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲଙ୍କ ଘରୋଇ ସହାୟକ ଜାହାଙ୍ଗିର ଆଲମଙ୍କ ଆପାର୍ଟମେଣ୍ଟରେ ଚଢ଼ାଉ କରାଯାଉଥିଲା। ସେଠାରୁ ନଗଦ ୩୭ କୋଟି ଟଙ୍କା ଜବତ କରିଥିଲା ଇଡି। ଏହି ରେଡ୍ ପରେ ଆଲମଗିର ଆଲମ ଓ ସଞ୍ଜୀବ ଲାଲ ଗିରଫ ହୋଇଛନ୍ତି।
ଝାଡ଼ଖଣ୍ଡର ଗ୍ରାମ୍ୟ ଉନ୍ନୟନ ବିଭାଗର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ବୀରେନ୍ଦ୍ର କୁମାର ରାମଙ୍କ ବିରୋଧରେ ଥିବା ଏକ ମନି ଲଣ୍ଡରି ମାମଲାରେ ଇଡିର ତଦନ୍ତ ଜାରି ରହିଥିବା ବେଳେ ଆଲମଗିର ଆଲମ ଓ ସଞ୍ଜୀବ ଲାଲଙ୍କ କାରନାମା ସାମ୍ନାକୁ ଆସିଛି। ଏହାର ସଂପର୍କ ଝାଡ଼ଖଣ୍ଡରେ ଏହି ବିଭାଗରେ ହୋଇଥିବା ଦୁର୍ନୀତି ସହିତ ରହିଛି। ସୂଚନାଯୋଗ୍ୟ, ଝାଡ଼ଖଣ୍ଡର ଗ୍ରାମ୍ୟ ଉନ୍ନୟନ ବିଭାଗର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ବୀରେନ୍ଦ୍ର କୁମାର ରାମ ଗତ ବର୍ଷ ଗିରଫ ହୋଇଥିଲେ।
ଏହି ମାମଲାରେ ରେଡ୍ ଚାଲିଥିବା ବେଳେ ଜାହାଙ୍ଗିର ଆଲମଙ୍କ ଘରୁ ୩୭ କୋଟି ଟଙ୍କା ମିଳିଥିଲା। ସେଥିରେ ମୁଖ୍ୟତଃ ୫୦୦ ଟଙ୍କିଆ ନୋଟ୍ ଥିଲା। ତା’ ସହିତ କିଛି ସୁନା ଅଳଙ୍କାର ମଧ୍ୟ ଜବତ କରାଯାଇଛି।

ad-week
Leave A Reply

Your email address will not be published.