ଆସନ୍ତା ଜୁଲାଇରୁ ବିଜେଡି ସରକାର ମାଗଣା ବିଜୁଳି ଦେବେ: ମୁଖ୍ୟମନ୍ତ୍ରୀ

add-all

ଭୁବନେଶ୍ବର: ବିଜେଡି ସରକାର ମାଗଣା ବିଜୁଳି ଦେବେ। ଆସନ୍ତା ଜୁଲାଇ ମାସ ଠାରୁ ବିଜୁଳି ମାଗଣାରେ ମିଳିବ ‌ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏକ ଜନସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରିୟ ଭାଇ ଓ ଭଉଣୀ ମାନେ। ଆପଣ ମାନକୁ ଜୁହାର। ଏତେ ଦୂରରୁ ଆପଣ ମାନେ ଆସିଛନ୍ତି। ବିଜୁ ସ୍ୱାସ୍ଥ୍ୟ କାର୍ଡ, ମିସନ ଶକ୍ତି, ଲକ୍ଷ୍ମୀ ବସ, ୫ଟି ସ୍କୁଲ, କାଳିଆ ଯୋଜନା, ମଧୁବାବୁ ପେନସନ ଯୋଜନା, ଭଲ କି? ବୋଲି ପଚାରିଥିଲେ।

ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ କହିଥିଲେ, ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଜେଡି ଗଡ଼। ଏଠି ଜଣେ କେନ୍ଦ୍ରମନ୍ତ୍ରୀ ଅଛନ୍ତି। ତାଙ୍କୁ କିଏ ୧୦ ବର୍ଷରେ ଦେଖିଛନ୍ତି କି? ଜାତୀୟ ରାଜପଥ ୫୫ କାମ କରିଛନ୍ତି କି? କେବଳ ମିଛ ପ୍ରଚାର କରୁଛନ୍ତି। ଭିକେ ପାଣ୍ଡିଆନ ବୁଲିଲା ବେଳେ ଆଠମଲ୍ଲିକର ୯୦ ପ୍ରତିଶତ ମନ୍ଦିରକୁ ସହାୟତା ଦେଇଛନ୍ତି। ବିଜେପି କେବଳ ନିର୍ବାଚନ ଜୁମଲା କରୁଛି। ଇସ୍ତାହାରରେ ଯାହା ଅଛି ସରକାର ଗଢିବାର ପ୍ରଥମ ଦିନରେ ଅନେକ ପୂରଣ ହେବ। ବିଜେଡି ସରକାର ଜୁଲାଇ ମାସରୁ ମାଗଣା ବିଜୁଳି ମିଳିବ। ଲକ୍ଷାଧିକ ଭୋଟରେ ଯୋଡି ଶଙ୍ଖ ଜିତିବ ବୋଲି ଶ୍ରୀ ଦାସ କହିଛନ୍ତି।

ad-week
Leave A Reply

Your email address will not be published.