ଭୁବନେଶ୍ୱରରେ ଜେ.ପି. ନଡ୍ଡା

add-all

ଭୁବନେଶ୍ବର:ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସାରିଛନ୍ତି ନଡ୍ଡା। ରାତି ୭ଟା ୫୦ ମିନିଟରେ ଭୁବନେଶ୍ୱରର ଏକ ହୋଟେଲରେ ବିଜେପି ମହିଳା କାର୍ଯ୍ୟକର୍ତ୍ତା ମାନଙ୍କ ସହ ନଡ୍ଡାଙ୍କ ବୈଠକ ରହିଛି।
ରାଜ୍ୟ ବିଜେପି ତାର ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଥିବା ସୁଭଦ୍ରା ଯୋଜନା ସମ୍ବନ୍ଧରେ ଏହି ବୈଠକ କରିବେ ନଡ୍ଡା। ଆସନ୍ତାକାଲି ରାଜଧାନୀରେ ରୋଡ୍ ଶୋ କରିବେ। କାଲି ସକାଳେ ମାଉସୀ ମା’ ମନ୍ଦିର ଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ୍ ଶୋ କରିବେ ଜେ.ପି. ନଡ୍ଡା। ପରେ ଅପରାହ୍ନରେ ବରଗଡ଼ ଜିଲ୍ଲାର ପଦ୍ମପୁର ଓ ସୁନ୍ଦରଗଡ଼ରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ।

ad-week
Leave A Reply

Your email address will not be published.