ଖଲ୍ଲିକୋଟ ହିଂସାକାଣ୍ଡ: ପୋଲିସକୁ ବୋତଲ, ପଥର ମାଡ଼

add-all

ବ୍ରହ୍ମପୁର: ଖଲ୍ଲିକୋଟ ନିର୍ବାଚନୀ ହିଂସାକାଣ୍ଡ ଘଟଣାରେ ପୋଲିସ ଗାଡ଼ିକୁ ବୋତଲ, ପଥର ମାଡ଼ କରିଛନ୍ତି ଆନ୍ଦୋଳନକାରୀମାନେ । ଅଭିଯୁକ୍ତଙ୍କୁ ଥାନାରୁ ନେବା ବେଳେ ପୋଲିସ ଗାଡ଼ି ଘେରିଲେ ଲୋକେ । ପୋଲିସ ଗାଡ଼ିକୁ ପଥର ମାଡ଼ ସହ ପାଣି ବୋତଲ ମାଡ଼ କଲେ । ଲୋକଙ୍କ ପଥର ମାଡ଼ରେ ପୋଲିସ ଭ୍ୟାନ୍‌ର କାଚ ଭାଙ୍ଗିଥିବା ଜଣାପଡିଛି । ତେବେ ଉତ୍ତ୍ୟେକ୍ତ ଲୋକଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଲାଠିଚାର୍ଜ କରିଥିବା ଜଣାଯାଇଛି ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ପୋଷ୍ଟର ବ୍ୟାନର ଲାଇବାକୁ ନେଇ ଖଲ୍ଲିକୋଟ ଏହି ରାଜନୈତିକ ହିଂସାକାଣ୍ଡ ଘଟିଥିଲା। ଗତକାଲି ସନ୍ଧ୍ୟାରେ ବିଜେପି କର୍ମୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଆକ୍ରମଣରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କର୍ମୀଙ୍କ ମୃତ୍ୟୁ ହୋଇଥିଲା। ଘଟଣାକୁ ନେଇ ପରିବାର ଲୋକଙ୍କ ସହ ଥାନା ଘେରାଉ କରିଛି ବିଜେପି। ଫଳରେ ଖଲ୍ଲିକୋଟରୁ ଭୁବନେଶ୍ୱରକୁ ଯାତାୟତ ପ୍ରଭାବିତ ହୋଇଛି। ଅନ୍ୟ ଜଣେ ଗୁରୁତରଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି।ସେପଟେ ଆକ୍ରମଣକାରୀଙ୍କ ମଧ୍ୟରୁ ୮ ଜଣଙ୍କୁ ଗିରଫ କରିଛି ପୋଲିସ ।

ଏହି ନିର୍ବାଚନୀ ହିଂସାକୁ ନେଇଁ ମୁଖ୍ୟମନ୍ତ୍ରୀ ଗଭୀର ନିନ୍ଦା କରିଛନ୍ତି। ସୋସିଆଲ ମଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ଗତକାଲି ଖଲ୍ଲିକୋଟ ଅଞ୍ଚଳରେ ଘଟିଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ତଥା ଦୁଃଖଦ। ମୃତକଙ୍କ ପରିବାରକୁ ସମବେଦନା ଜଣାଇଲ ଏବଂ ଆହତ ଥିବା ଲୋକଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ad-week
Leave A Reply

Your email address will not be published.