ଆୟକର ବିଭାଗର ରେଡ: ମିଳିଲା ୧୭୦ କୋଟି ଟଙ୍କାର ସମ୍ପତ୍ତି

add-all

ଦୀର୍ଘ ୭୨ ଘଣ୍ଟା ଧରି ଆୟକର ବିଭାଗ କରିଥିବା ରେଡ୍‌ ବେଳେ ଆଖି ଖୋସି ହୋଇଗଲା ଭଳି ହିସାବ ବର୍ହିଭୂତ ସମ୍ପତ୍ତି ମିଳିଛି। ମହାରାଷ୍ଟ୍ରର ନାନ୍ଦେଦ ଜିଲ୍ଲାରେ ଥିବା ଗୋଟିଏ ଫାଇନାନ୍ସ ଫାର୍ମରେ ଚାଲିଥିବା ରେଡ ବେଳେ ୧୭୦ କୋଟି ଟଙ୍କାର ସମ୍ପତ୍ତି ମିଳିଛି। ଏଥିରେ ନଗଦ ୧୪ କୋଟି ଟଙ୍କା ଓ ୯ କେଜି ସୁନା ରହିଛି। କମ୍ପାନୀ ନାଁରେ ଟିକସ ଫାଙ୍କିବା ଅଭିଯୋଗ ଆସିବା ପରେ ଏପରି ରେଡ ହୋଇଥିଲା।

ରେଡ୍‌ ବେଳେ ଭଣ୍ଡାରୀ ଫାଇନାନ୍ସ ଓ ଆଦିନାଥ ଅର୍ବାଚନ ମଲ୍ଟିଷ୍ଟେଟ ସମବାୟ ବ୍ୟାଙ୍କରୁ ବିପୁଳ ପରିମାଣର ହିସାବ ନଥିବା ଟଙ୍କା ଓ ସୁନା ମିଳିଛି।

ତଥ୍ୟ ଅନୁସାରେ, ଜବତ ହୋଇଥିବା ଟଙ୍କାକୁ ଗଣିବା ପାଇଁ ଅଧିକାରୀମାନଙ୍କୁ ୧୪ ଘଣ୍ଟା ସମୟ ଲାଗିଥିଲା। ବିନୟ ଭଣ୍ଡାରୀ, ସଞ୍ଜୟ ଭଣ୍ଡାରୀ, ଆଶିଷ ଭଣ୍ଡାରୀ, ସନ୍ତୋଷ ଭଣ୍ଡାରୀ, ମହାବୀର ଭଣ୍ଡାରୀ ଓ ପଦ୍ମ ଭଣ୍ଡାରୀଙ୍କ ମାଲିକାନାରେ ଏହି ବୃହତ୍ତ ଆର୍ଥିକ ବ୍ୟବସାୟିକ ପ୍ରତିଷ୍ଠାନଟି ରହିଛି।

ସଂସ୍ଥା ଟିକସ ପାଙ୍କିଥିବାରୁ ପୁଣେ, ନାଶିକ, ନାଗପୁର, ପରଭାନି, ଛତ୍ରପତି ସିମ୍ବାଜୀନଗର ଓ ନାନ୍ଦେଦର ଶତାଧିକ ଅଧିକାରୀ ମେ’ ୧୦ରୁ ୧୨ ତାରିଖ ଯାଏ ରେଡ୍‌ କରିଥିଲେ।

ଅଧିକାରୀମାନେ ୨୫ଟି ଗାଡ଼ିରେ ଆସି ଅଲୀ ଭାଇ ଟାୱାର ସ୍ଥିତ ଭଣ୍ଡାରୀ ଫାଇନାନ୍ସ ପ୍ରାଇଭେଟ ଲିଃ ଅଫିସ, କୋଠାରୀ କମ୍ପ୍ଲେକ୍ସରେ ଥିବା ଅଫିସ, କୋକାଟେ କମ୍ପ୍ଲେକ୍ସରେ ଥିବା ୩ଟି ଅଫିସ ଓ ଆଦିନାଥ ଅର୍ବାନ ମଲ୍ଟିଷ୍ଟେଟ ସମବାୟ ବ୍ୟାଙ୍କରେ ରେଡ କରିଥିଲେ।

ଏହାବାଦ ପାର୍ସ ନଗର, ମହାବୀର ସୋସାଇଟୀ, ଫରାନ୍ଦେ ନଗର ଓ କାବ୍ରା ନଗରରେ ମଧ୍ୟ ରେଡ କରାଯାଇଥିଲା। ନାନ୍ଦେଦରେ ପ୍ରଥମଥର ପାଇଁ ଏତେ ବଡ଼ ରେଡ କରାଯିବା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

ad-week
Leave A Reply

Your email address will not be published.