୪୧ଟି ମେଡ଼ିସିନ ଓ ୬ଟି ଫର୍ମୁଲେସନର ଦର କମିଲା

newyr25

୪୧ଟି ଅତ୍ୟାବଶ୍ୟକ ଔଷଧର ଦାମ୍ ହ୍ରାସ ପାଇଛି। ସରକାରଙ୍କ ପକ୍ଷରୁ ୪୧ଟି ମେଡ଼ିସିନ ସମେତ ମଧୁମେହ, ହୃଦୟ ଏବଂ ଯକୃତ ରୋଗ ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ୬ଟି ଫର୍ମୁଲେସନର ମୂଲ୍ୟ ହ୍ରାସ କରାଯାଇଛି। 

ଫାର୍ମାସ୍ୟୁଟିକାଲ୍ସ ଏବଂ ନ୍ୟାସନାଲ ଫାର୍ମାସ୍ୟୁଟିକାଲ୍ ପ୍ରାଇସିଙ୍ଗ୍ ଅଥରିଟି (NPPA) ଏନେଇ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି। ବିଜ୍ଞପ୍ତି ଅନୁଯାୟୀ ଶସ୍ତା ହେବାକୁ ଥିବା ଔଷଧ ମଧ୍ୟରେ ଆଣ୍ଟାସିଡ୍, ମଲ୍ଟିଭାଇଟାମିନ୍ ଏବଂ ଆଣ୍ଟିବାୟୋଟିକ୍ ରହିଛି।

ତୁରନ୍ତ ନୂଆ ଦର ଲାଗୁ କରିବା ପାଇଁ ଫାର୍ମା କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜନସାଧାରଣଙ୍କ ପାଇଁ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ସୁଲଭ ରହିବା ପାଇଁ NPPAର ୧୪୩ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.